ଅଯୋଧ୍ୟା ରାମ ମନ୍ଦିର ପରିସରରେ ବାଲ୍ମିକୀ, ବଶିଷ୍ଠ ମନ୍ଦିର ହେବ
ଶୋପିଆଁରେ ଏନ୍କାଉଣ୍ଟର, ସାପୋର୍ରେ ମୋବାଇଲ୍ ଓ ଇଣ୍ଟର୍ନେଟ୍ ସେବା ବନ୍ଦ
ଶ୍ରୀନଗର: ଶୁକ୍ରବାର ସକାଳେ ଜମ୍ମୁ ଓ କଶ୍ମୀରର ଶୋପିଆଁ ଜିଲ୍ଲାରେ ପୁଣି ଏନ୍କାଉଣ୍ଟର ହୋଇଛି । ଆତଙ୍କବାଦୀ ଏବଂ ମିଳିତ ନିରାପତ୍ତା ବଳ ଟିମ୍ ମଧ୍ୟରେ ହୋଇଥିଲା ଗୁଳି ବିନିମୟ । ଜିଲ୍ଲାର ଜୈନପୋରା ଅନ୍ତର୍ଗତ ଦ୍ରାଗଦ୍ ଗାଁରେ କର୍ଡନ୍ ଆଣ୍ଡ୍ ସର୍ଚ ଅପରେସନ୍ ସମୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଏବେ ମଧ୍ୟ ଗୁଳିବିନିମୟ ଚାଲିଛି ।
ଦାଙ୍ଗେର୍ପୋରା ଗାଁରେ ଆତଙ୍କବାଦୀମାନେ ଛପି ରହିଥିବାର ସୂଚନା ପାଇବା ପରେ ଗୁରୁବାର ଦିନ କର୍ଡନ୍ ଆଣ୍ଡ୍ ସର୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ସେଠାରେ ଦୁଇଜଣ ଆତଙ୍କବାଦୀ ଲୁଚିଥିଲେ। ସେମାନଙ୍କ ସଙ୍କ୍ରାନ୍ତରେ ଖବର ପାଇ ସେନାର ୨୨ ରାଷ୍ଟ୍ରୀୟ ରାଇଫଲ୍ ଏବଂ ସ୍ପେସାଲ୍ ଅପରେସନ୍ ଗ୍ରୁପ୍ ସର୍ଚ ଅପରେସନ୍ ଆରମ୍ଭ କରିଥିଲା। ସାପୋର୍ରେ ମୋବାଇଲ୍ ଓ ଇଣ୍ଟର୍ନେଟ୍ ସେବା ବନ୍ଦ ରଖାଯାଇଛି।
Download Argus News App
