ଅଧିକ ପଢନ୍ତୁ ଭାରତ ଖବର
ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ସ୍ଥାନୀୟ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ସୋମବାର ଦୁଇ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ପୋଲିସକୁ ସୂଚନା ମିଳିଥିଲା । ଯାହା ଆଧାରରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା ।
ଅର୍ଗସ ବ୍ୟୁରୋ : ସେନା ଗୁଳିରେ ନିହତ ହେଲା ଆଉ ଏକ ଆତଙ୍କବାଦୀ । ଜମ୍ମୁ-କଶ୍ମୀର ରିୟାସି ଜିଲ୍ଲାର ଚସାନା ନିକଟରେ ସେନା ଓ ଆତଙ୍କବାଦୀ ମୁହାମୁହିଁ । ସର୍ଚ୍ଚ ଅପରେଶନ ବେଳେ ଭାରତୀୟ ସେନା ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ସ୍ଥାନୀୟ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ସୋମବାର ଦୁଇ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ପୋଲିସକୁ ସୂଚନା ମିଳିଥିଲା । ଯାହା ଆଧାରରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା ।
ଅର୍ଗସ ବ୍ୟୁରୋ: ରାୟଗଡ଼ା ଜିଲା ଗୁଡାରୀ ରେ 1998 ମସିହା ରେ ସ୍ଥାପନ ହୋଇ ଥିଲା ଯୁକ୍ତ ତିନି ସ୍ନାତକ ମହା ବିଦ୍ୟାଳୟ l ଗୁଡାରୀ ଏବଂ ଚନ୍ଦ୍ରପୁର ପାଇଁ ଗୋଟିଏ ମାତ୍ର ଡିଗ୍ରୀ କଲେଜ l ଏହି ମହାବିଦ୍ୟାଳୟରେ 300 ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଧ୍ୟୟନ 5 ଗୋଟି ଶ୍ରେଣୀ କକ୍ଷ ରେ କରୁଥିଲାବେଳେ 5 ଜଣ ଅଧ୍ୟାପକ ଅଛନ୍ତି l ଡିସେମ୍ବର ରେ ପିଲାଙ୍କ ପରୀକ୍ଷା ଥିବା ବେଳେ ପୂର୍ବରୁ ପିଲାଙ୍କ କୌଣସି ବିକଳ୍ପ ଶ୍ରେଣୀ ଗୃହ ର ବ୍ୟବସ୍ଥା ନ କରାଯାଇ ପୁରୁଣା ଶ୍ରେଣୀଗୃହ କୁ ମରାମତି କରିବା ପାଇଁ ଭାଙ୍ଗି ଦିଆଯାଇଛି l କଲେଜ ଉନ୍ନୟନ ପାଇଁ 2023 - 24 ଆର୍ଥିକ ବର୍ଷ ରେ ମୁଖ୍ୟମନ୍ତ୍ର ଙ୍କ ସ୍ଵତନ୍ତ୍ର ସହାୟତା ଯୋଜନାରେ 25 ଲକ୍ଷ ଟଙ୍କା ମଞ୍ଜୁର ହୋଇଛି l କଥା ଦେଇଥିଲେ ଏକ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ସାରି ନୂଆ ଶ୍ରେଣୀଗୃହ ହସ୍ତାନ୍ତର କରିବାକୁ l କିନ୍ତୁ ପ୍ରତିଶ୍ରୁତି କେବଳ ପାଣିର ଗାର ଭଳି ହେଲା l
ସେପ୍ଟେମ୍ବରରୁ ମହା ବିଦ୍ୟାଳୟର ପୁନରୁଦ୍ଧାର ପାଇଁ ସମସ୍ତ ଶ୍ରେଣୀଗୃହ ଭାଙ୍ଗିଦିଆ ଯାଇ ଆଜି ଯାଏ କୌଣସି ପ୍ରକାର ସୁବିଧା ନ କରାଯାଇଥିବାରୁ ଛାତ୍ର ଛାତ୍ରୀ ମାନେ ବହୁତ୍ ଅସୁବିଧା ର୍ ସମୂଖୀନ ହେଉଛନ୍ତି ବୋଲି ପ୍ରକାଶ କରିଥିଲେ l ଅଭିଭାବକ ମାନେ ଉନ୍ନୟନ କାମ କୁ ସ୍ଵାଗତ କରିଥିଲେ ମଧ୍ଛାୟ ଛେତ୍ଛାରତ୍ରୀଙ୍କ ପ୍ରତି ଏପରି ଅବହେଳା କୁ ନାପସନ୍ଦ କରିଛନ୍ତି l ଛାତ୍ର ଛାତ୍ରୀଙ୍କ ଉଜଳ୍ୱମୟ ଭବିଷ୍ୟତ ପାଇଁ ଶୈକ୍ଷିକ ବାତାବରଣ ର୍ ଉନ୍ନୟନ ନିହାତି ଆବଶ୍ୟକ l ଶିକ୍ଷାର ବ୍ୟବସ୍ତା ସଜାଡ଼ିବା ଦିଗରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ଏହି କୋଲେଜଟି ପ୍ରସାସନ ଆଡୁଆଳରେ ରହିଯାଇଛି।କେବେ ପଡିବ ସରକାରଙ୍କ ଦ୍ରୁଷ୍ଟି ତାହା ଦେଖିବାକୁ ବାକି ରହିଲା।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : ଦୀର୍ଘ ୨୩ବର୍ଷ ଶାସନରେ ଓଡିଶାର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ସେବିକା, ଫାର୍ମାସିଷ୍ଟ, ଅନ୍ୟାନ୍ୟ ବୈଷୟିକ କର୍ମଚାରୀ, ତୃତୀୟ ଶ୍ରେଣୀ, ଚତୁର୍ଥ ଶ୍ରେଣୀ ବର୍ଗର କର୍ମଚାରୀ ନିଜର ଆବଶ୍ୟକତା ପୂରଣ ପାଇଁ ଧର୍ମଘଟ ବା ଧାରଣା ଦେଇଥାନ୍ତି । କିନ୍ତୁ ଏବେ ବିନା ମେଘରେ ଗରଜିଲା ଭଳି ରାଜ୍ୟ ସରକାର ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ଉପରେ ଏସମା ଲଗାଇ ନାଲିଆଖି ଦେଖାଇଛନ୍ତି । ରାଜ୍ୟରେ ଏବେ କୌଣସି ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ନଥିବାବେଳେ କାହିଁକି ସେବା ପରିଚାଳନା ଆଇନ(ଏସମା) ଲାଗୁ କରୁଛନ୍ତି ରାଜ୍ୟ ସରକାର ତାହା ବୁଝାପଡୁନି ।
ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କର ଏତେ ଭୟ କାହିଁକି? ସରକାର ଜାଣି ରଖିବା ଦରକାର ଜୋର ଜବରଦସ୍ତ କରି ସ୍ୱାସ୍ଥ୍ୟ କର୍ମଚାରୀଙ୍କଠାରୁ ସ୍ୱାସ୍ଥ୍ୟସେବା ଆଦାୟ କରାଯାଇ ପାରିବନାହିଁ । ଅସମୟରେ “ଏସମା” ଲାଗୁ କରିବା ରାଜ୍ୟ ସରକାରଙ୍କ ଅଜଣା ଡରକୁ ପ୍ରକାଶ କରୁଛି ବୋଲି ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ କହିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଶ୍ରୀ ମଲ୍ଲିକ କହିଛନ୍ତି ଯେ, ଅତୀତ ଦିନରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପ୍ରତି ରାଜ୍ୟ ସରକାର ବାରମ୍ବାର ଅବହେଳା କରି ଆସିଛନ୍ତି । ଆଗାମୀ ଦିନରେ କାଳେ ସ୍ୱାସ୍ଥ୍ୟ କର୍ମଚାରୀ ତାଙ୍କର ଅଧିକାରକୁ ନେଇ ଆନ୍ଦୋଳନ କରିବେ ସେଥିପାଇଁ ରାଜ୍ୟ ସରକାର “ଏସମା” ଲଗାଇ ଥିବା ସ୍ପଷ୍ଟ ଜଣାପଡୁଛି । ଆଗକୁ ସାଧାରଣ ନିର୍ବାଚନ ଥିବା କାରଣରୁ ସରକାରଙ୍କୁ ଭୟ ଘାରିଛି । ରାଜ୍ୟରେ ଆବଶ୍ୟକ ସଂଖ୍ୟକ ସ୍ୱାସ୍ଥ୍ୟ କର୍ମଚାରୀ ନାହାନ୍ତି ।
ଏହି ଅଭାବ ଭିତରେ ଦାୟିତ୍ୱ ତୁଲାଉଥିବା କର୍ମଚାରୀଙ୍କ ପ୍ରାପ୍ୟ ପୂରଣ ପାଇଁ ରାଜ୍ୟ ସରକାର କାହିଁକି ବ୍ୟବସ୍ଥା କରୁନାହାନ୍ତି । ଯଦି ଗୋଟିଏ କର୍ମଚାରୀ ଉଚିତ ପ୍ରାପ୍ୟ ପାଇବ ତାହାଲେ ସେ ଲୋକଙ୍କୁ ଉଚିତ ସେବା ଯୋଗାଇ ପାରିବ କିନ୍ତୁ ରାଜ୍ୟ ସରକାର ନାଲିଆଖି ଦେଖାଇ ସେବା ଆଦାୟ କରିବା କଥା ଭାବୁଛନ୍ତି ତାହା ତାଙ୍କର ଭ୍ରମ । “ଏସମା” ଲାଗୁ ନିଷ୍ପତିରୁ ସରକାର ନିବୃତ ରହିବା ଉଚିତ ହେବ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।
ଅର୍ଗସ ବ୍ୟୁରୋ : ଗୋ ଚାଲାଣର ନୂଆ ତରିକା, ଜାତୀୟ ରାଜପଥରେ ଗାଡି ବଦଳରେ ଗାଁ ରାସ୍ତା ଦେଇ ଚଲାଇ ଚଲାଇ ଗୋ ଚାଲାଣ କରାଯାଉଛି । ସୋର ଥାନା ପାଖର ପଞ୍ଚାୟତ ମଲ୍ଲିପୁର ଛକ ନିକଟରୁ ୨୦ ଟି ଗୋରୁଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସାତ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ସୋର ପୋଲିସ । ଆଜି ମଧ୍ୟାହ୍ନ ସମୟରେ ବେତଡ଼ାରୁ ସାହସପୁରାକୁ ୨୦ଟି ଗୋରୁଙ୍କୁ ଚଲାଇ ଚଲାଇ ୭ ଜଣ ବ୍ୟକ୍ତି ଚଲାଇ ଚଲାଇ ନେଉଥିବା ବେଳେ ସ୍ଥାନୀୟ ଗୋସେବକ ମାନେ ସେମାନଙ୍କୁ ଅଟକାଇ ସୋର ପୋଲିସକୁ ଖବର ଦେଇଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୨୦ ଟି ଗୋରୁଙ୍କୁ ଉଦ୍ଧାର କରି ସୋର ଗୋଶାଳାରେ ରଖିବା ସହିତ ୭ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଗୋରୁ ବେପାରୀ ମାନେ ଗୋଚାଲାଣ ପାଇଁ ଏହିପରି ଭାବରେ କିଛି ଲୋକଙ୍କୁ ଦରମା ଦେଇ ଚଲାଇ ଚଲାଇ ଗୋଚାଲାଣ କରୁଥିବାର ଅଭିଯୋଗ କରିଛନ୍ତି ସ୍ଥାନୀୟ କିଛି ଗୋସେବକ । ପୋଲିସ ସଠିକ ଭାବେ ତଦନ୍ତ କରି ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି ।