ଅର୍ଗସ ବ୍ୟୁରୋ: ଆଇପିଏଲର ୧୩ ତମ ସଂସ୍କରଣ ୟୁଏଇରେ ଆୟୋଜନ ହେବାକୁ ଯାଉଛି । ତେବେ ସେପ୍ଟେମ୍ବର ୧୯ ତାରିଖରୁ ଏହା ଆୟୋଜନ କରାଯିବ ବୋଲି ଭାରତୀୟ କ୍ରିକେଟ ବୋର୍ଡ ପକ୍ଷରୁ ସୂଚନା ମିଳିଛି । ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆର ମଧ୍ୟରେ ହେବାକୁ ଥିବା ଟେଷ୍ଟ ସିରିଜ ସେପ୍ଟେମ୍ବର ୧୬ ତାରିଖରେ ସମାପ୍ତ ହେବ । ଏହାପରେ କରୋନା ମହାମାରୀ ପାଇଁ ଆଇସିସି ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ ଅନୁସାରେ ଉଭୟ ଦେଶର ଆଇପିଏଲରେ ଅଂଶଗ୍ରହଣ କରୁଥିବା ଖେଳାଳିମାନେ ୟୁଏଇରେ ପଂହଚି କିଛି ଦିନ କ୍ୱାରେଣ୍ଟିନରେ ରହିବେ । ଏହା ଫଳରେ ସେହି ଖେଳାଳିମାନେ ପ୍ରାରମ୍ଭରୁ କିଛିଟା ମ୍ୟାଚ ଖେଳି ନପାରନ୍ତି ।
ଡେଭିଡ ୱାର୍ଣ୍ଣର, ଷ୍ଟିଭ ସ୍ମିଥ, ଜୋଫ୍ରା ଆର୍ଚର, ପ୍ୟାଟ କମିନସ, ବେନ ଷ୍ଟୋକସ ଆଦି ଖେଳାଳି କ୍ୱାରେଣ୍ଟିନରେ ପିରିୟଡରେ ଆସି ରହିବାରୁ କିଛିଟା ମ୍ୟାଚ ଖେଳିପାରିବେନି । ପୂର୍ବରୁ ଦକ୍ଷିଣ ଆଫ୍ରିକା ସୀମା କରୋନା ପାଇଁ ସିଲ ହୋଇଥିବାରୁ ଦକ୍ଷିଣ ଆଫ୍ରିକାର ଖେଳାଳିମାନେ ମଧ୍ୟ କିଛିଟା ଆଇପିଏଲ ମ୍ୟାଚ ଖେଳିପାରିବେନି ବୋଲି ସୂଚନା ମିଳିଛି ।
ଅର୍ଗସ ବ୍ୟୁରୋ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦାରେ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ଛେଣ୍ଡିପଦାବାସୀ । ସୂଚନା ଯେ, ଓଡିଶାକୁ ଦୁଇ ଦିନିଆ ଗସ୍ତରେ ଆସିଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନୁଗୋଳରୁ ଦେବଗଡ଼ ରାସ୍ତାରେ ଯାଉଥିବା ବେଳେ ଛେଣ୍ଡିପଦା ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ଓ ଗ୍ରାମବାସୀ ପକ୍ଷରୁ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ନିଜେ କେନ୍ଦ୍ରମନ୍ତ୍ରୀ ମଧ୍ୟ ବିଦ୍ୟାଳୟକୁ ପରିଦର୍ଶନ କରିଛନ୍ତି।
ଆଗମୀ ଦିନରେ ଥିବା ବିଦ୍ୟାଳୟର ୭୫ ବର୍ଷ ପୁର୍ତ୍ତି ଅବସରେ ହେବାକୁ ଥିବା ପ୍ଲାଟିନମ ଜୁବଲି ବିଷୟରେ ମଧ୍ୟ ଅବଗତ କରାଇଥିଲେ। ପରେ କେନ୍ଦ୍ରମନ୍ତ୍ରୀ ଦେବଗଡ଼ ଜିଲ୍ଲା ଅନେକ କାର୍ଯ୍ୟକ୍ରମରେ ବାହାରି ଯାଇଛନ୍ତି।
ଅଧିକ ପଢ଼ନ୍ତୁ ରାଜନୀତି ଖବର
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଥିବା ଗୁରାପଲୀ ଟୋଲ ଗେଟ ନିକଟରେ ଗୋଟିଏ ପାର୍ଶ୍ଵରୁ ଅନ୍ୟ ପାର୍ଶକୁ ରାସ୍ତା ପାର ହେଉଥିବା ଏକ ବାଇକ ଚାଳକଙ୍କୁ କୌଣସି ଅଜଣା ଗାଡି ଧକ୍କା ଦେଇ ଚାଲିଯିବା ଫଳରେ ବାଇକ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି।
ଯୁବକ ଜଣକ ହେଲେ ମାଣିକ୍ୟପୁର ଗ୍ରାମର ଜଗବନ୍ଧୁ ଗୌଡଙ୍କ ପୁଅ ମୁନା ଗୌଡ। ସେ ନିଜ ଗ୍ରାମକୁ ଫେରୁଥିବା ବେଳେ ଘଟିଥିଲା ଅଘଟଣ। ସେ ଦୁର୍ଘଟଣାଗ୍ରସ୍ତ ହୋଇ ପଡିଥିବା ବେଳେ ସ୍ଥାନୀୟ ଲୋକମାନେ ୧୧୨କୁ ଫୋନ କରିଥିଲେ। ତୁରନ୍ତ ଅଗ୍ନିଶମ ବାହିନୀ ପହଞ୍ଚି ଆହତ ଯୁବକଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ପଠାଯାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ନୂଆଦିଲ୍ଲୀ: କାନାଡା ପ୍ରଧାନମନ୍ତ୍ରୀଙ୍କୁ କାନାଡା ଗଣମଧ୍ୟମର ସମାଲୋଚନା। ଖଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜାରର ହତ୍ୟାରେ ଭାରତର ସମ୍ପୃକ୍ତି ଥିବା ନେଇ କାନାଡାର ଅଭିଯୋଗ ପରେ କାନାଡା ଓ ଭାରତ ମୁହାଁମୁହିଁ ହୋଇଛନ୍ତି। ଉଭୟ ଦେଶ ମଧ୍ୟରେ କୂଟନୈତିକ ଯୁଦ୍ଧ ଆରମ୍ଭ ହୋଇଛି। କିନ୍ତୁ କାନାଡାର ଗଣମାଧ୍ୟମ ଏହି ପ୍ରସଙ୍ଗରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ସମାଲୋଚନା କରିଛି। ଭାରତ ଦ୍ୱାରା ଆତଙ୍କବାଦୀ ଘୋଷିତ ହୋଇଥିବା ନିଜାରଙ୍କ ହତ୍ୟାରେ ଭାରତକୁ ଦାୟୀ କରିବା ଦାୟିତ୍ୱହୀନ ବୋଲି କାନାଡା ଗଣମାଧ୍ୟମ ଟ୍ରୁଡୋଙ୍କୁ ପ୍ରଶ୍ନ କରିଛି।
କାନାଡାର ଗଣମାଧ୍ୟମ ଏନେଇ କହିଛି, ଦେଶରେ ଦ୍ରୁତ ଗତିରେ ନିଜର ଲୋକପ୍ରିୟତା ହରାଇବା ଭିତରେ ଟ୍ରୁଡୋ ଏହି ପ୍ରସଙ୍ଗ ଉଠାଇଛନ୍ତି ଏବଂ ଯଦି ସେ ଏହାକୁ ଠିକ ପ୍ରମାଣ କରିପାରୁ ନାହାଁନ୍ତି, ତେବେ ଦେଶରେ ଓ ବିଶ୍ୱ ସ୍ତରରେ ଦେଶର ସମ୍ମାନ ହାନି ହେବ। କାନାଡାର ଅଗ୍ରଣୀ ଖବରକାଗଜ ନ୍ୟାଶନାଲ ପୋଷ୍ଟ ଏହାର ସମ୍ପାଦକୀୟରେ ଲେଖିଛି ଯେ, ଟ୍ରୁଡୋ ଏପର୍ଯ୍ୟନ୍ତ ପ୍ରମାଣ ଦେଇ ପାରି ନାହାନ୍ତି। ସେ କାନାଡାବାସୀଙ୍କୁ ଅଭିଯୋଗର କୌଣସି ପ୍ରମାଣ ଦେଖାଇବାରେ ବିଫଳ ହୋଇଛନ୍ତି।
ଅଧିକ ପଢନ୍ତୁ ବିଦେଶ ଖବର