ପ୍ରିୟଙ୍କା ଚୋପ୍ରା ଓ ଇଶା ଅମ୍ୱାନୀ ହେଉଛନ୍ତି ବହୁତ ଭଲ ବନ୍ଧୁ । ତେବେ ଏହି ଦୋସ୍ତାନା ଯୋଡିକୁ 2019 ମେଟ୍ ଗାଲାରେ ମଧ୍ୟ ଦେଖିବାକୁ ମିଳିଥିଲା । ପ୍ରିୟଙ୍କା-ଇଶା ମେଟ୍ ଗାଲା ଆଫଟର୍ ପାର୍ଟିରେ କରିଛନ୍ତି ଧୂମ୍ ମସ୍ତି । ଆମେ କେମିତି ଜାଣିଲୁ ? ଉଭୟଙ୍କ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଯାହାକୁ ଦେଖିବା ପରେ ଆପଣ ମଧ୍ୟ ମେଟ୍ ଗାଲା2019ରେ ଏହି ଯୋଡି କେତେ ମସ୍ତି କରିଛନ୍ତି, ତାହା ଅନୁମାନ୍ କରିପାରିବେ ।
ବଲିଉଡ୍ ଅନ୍ଦାଜରେ ଏକ ହିଟ୍ ଗୀତରେ ଉଭୟ ମସ୍ତି କରୁଥିବା ଦେଖିବାକୁ ମିଳିଛି । ହଁ ଫ୍ରେଣ୍ଡସ୍, ମେଟ୍ ଗାଲା 2019 ଆଫ୍ଟର୍ ପାର୍ଟିରେ ବଲିଉଡ୍ ଜଙ୍ଗଲୀ ବିଲ୍ଲି ଓ ଇଶା ଅମ୍ୱାନୀ ମାଧୁରୀ ଦୀକ୍ଷିତଙ୍କ ଏକ ସୁପରହିଟ୍ ଗୀତ “ଚୋଲୀ କେ ପିଛେ କ୍ୟା ହେ...ଚୁନରୀ କେ ନିଚେ କ୍ୟା ହେ..”କୁ ମନେମକାଇଛନ୍ତି । ଏହାସହ ପ୍ରିୟଙ୍କା ନିଜେ ମଧ୍ୟ ମେଟ୍ ଗାଲା ଲୁକ୍ରେ ବଲିଉଡର ଏହି ଧମାକାଦାର ହିଟ୍ ଗୀତରେ ଡ୍ୟାନ୍ସ କରିଥିବା ଦେଖିବାକୁ ମିଳିଛି । ପ୍ରିୟଙ୍କା ମସ୍ତି କରୁଥିବା ସମୟରେ ତାଙ୍କ ସହ ଇଶା ମଧ୍ୟ ଯୋଗ ଦେଇଥିଲେ । ଏହି ଦୋସ୍ତାନାଙ୍କ ମସ୍ତିଓ୍ୱାଲା ଭିଡିଓ ଉପରେ ଟିକେ ନଜର ପକାନ୍ତୁ,...
View this post on Instagram
ପ୍ରକାଶ ଯେ, ମେଟ୍ ଗାଲାରେ ପ୍ରିୟଙ୍କା ଚୋପ୍ରାଙ୍କ ଲୁକ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ସିଲଭର୍ କଲର ଡ୍ରେସ୍ ପିନ୍ଧି ପ୍ରିୟଙ୍କା ମେଟ୍ ଗାଲା ପହଞ୍ଚିଥିଲେ । ତେବେ ପ୍ରିୟଙ୍କାଙ୍କ ଡ୍ରେସ୍ରୁ ଅଧିକ ଚର୍ଚ୍ଚା ତାଙ୍କ ହେୟାର ଷ୍ଟାଇଲ୍ ଓ ମେକ୍ଅପ୍କୁ ନେଇ । ସେହିପରି ଇଶା ଅମ୍ୱାନୀ ପ୍ରବଲ ଗୁରାଙ୍ଗଙ୍କ ଡିଜାଇନର ଗାଉନ ପିନ୍ଧି ନଜର ଆସିଛନ୍ତି । ଇଶାଙ୍କ ଏହି ଗାଉନକୁ 350 ଘଣ୍ଟାରେ ତିଆରି କରାଯାଇଛି । କାର୍ଯ୍ୟକ୍ରମରେ ଦୀପିକା ପାଦୁକୋଣଙ୍କ ଡିଜ୍ନୀ ପ୍ରିନ୍ସେସ୍ ଅବତାର ମଧ୍ୟ ରହିଛି ବେଶ ଚର୍ଚ୍ଚାରେ ।
