ଏ ସମ୍ପର୍କରେ ସୂଚନା ମିଳିବା ପରେ ହିନ୍ଦୁ ସଂଗଠନ ମାନେ ଏହା ଉପରେ ରୋକ ଲଗାଇବାକୁ ଦାବି କରିଥିଲେ । ସେମାନଙ୍କ କହିବା କଥା ଯେ ଏଭଳି ପ୍ରବନ୍ଧ ପ୍ରତିଯୋଗିତାର ଆୟୋଜନର ଏକ ମାତ୍ର ଉଦ୍ଦେଶ୍ୟ ହେଉଛି ଧର୍ମାନ୍ତରୀକରଣ । ଆୟୋଜକ ମାନେ ଏହି ପ୍ରତିଯୋଗିତା ପାଇଁ ପଂଜୀକରଣ କରିବା ପରେ ପ୍ରଫେଟ ମୋହମ୍ମଦଙ୍କ ଜୀବନ ଉପରେ ଆଧାରିତ ଏକ ପୁସ୍ତକ ପ୍ରଦାନ କରୁଥିଲେ ।
କେବଳ ସେତିକି ନୁହେଁ ଏହି ପ୍ରତିଯୋଗିତାରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରିବାକୁ ସେମାନେ ପୁରସ୍କାର ରାଶି 21 ହଜାର ଟଙ୍କାରୁ 5 ଶହ ଟଙ୍କା ପର୍ଯ୍ୟନ୍ତ ଦେବାକୁ ଘୋଷଣା କରିଥିଲେ ।
ଏହି ସବୁ କାର୍ଯ୍ୟକଳାପ ଦେଖି ହିନ୍ଦୁ ସଂଗଠନ ମାନଙ୍କର ସଦସ୍ୟ ମାନେ ଏହାର ବିରୋଧ କରିବା ଆରମ୍ଭ କରି ଦେଇଥିଲେ ।
ହିନ୍ଦୁ ସଂଗଠନ ମାନଙ୍କ ପକ୍ଷରୁ ବିରୋଧ ପରେ ରାଜ୍ୟର ଗୃହ ମନ୍ତ୍ରୀ ନରୋତ୍ତମ ମିଶ୍ର ଏହାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇଥିଲେ । ସେ ଏହି ମାମଲାରେ ଉଜ୍ଜୈନର ଏସପି ସତ୍ୟେନ୍ଦ୍ର କୁମାର ଶୁକ୍ଲାଙ୍କୁ ଏହି ପ୍ରତିଯୋଗିତା ସ୍ଥଗିତ କରିବାକୁ ନିର୍ଦେଶ ଦେଇଥିଲେ ।
ଏହା ପରେ ପୋଲିସ ଆୟୋଜକ ମାନଙ୍କୁ ପ୍ରତିଯୋଗିତା ସ୍ଥଗିତ କରିବାକୁ ନିର୍ଦେଶ ଦେଇଥିଲା । ପୋଲିସ ଠାରୁ ଏହି ନିର୍ଦେଶ ପାଇବା ପରେ ପୈଗାମ ଏ ଇନସାନିୟତ ସଂଗଠନ ଏହି ପ୍ରତିଯୋଗିତାକୁ ସ୍ଥଗିତ କରି ଦେଇଛି । ଏହାର ସାର୍ବଜନୀନ ସୂଚନା ମଧ୍ୟ ଦିଆଯାଇଛି ।
ଭାରତ ଖବର ଆହୁରି ପଢ଼ନ୍ତୁ ।