ତେବେ ଭାରତ ସେମାନଙ୍କ ଚାପର ବଶବର୍ତି ହେବା ପରିବର୍ତେ ନିଜ ଦେଶର, ନିଜ ଲୋକ ମାନଙ୍କର ସ୍ୱାର୍ଥ ପାଇଁ କାମ କରୁଛି । ଏବେ ମଧ୍ୟ ୟୁରୋପୀୟ ଦେଶ ମାନେ ଭାରତ ଉପରେ ଋଷରୁ ଇନ୍ଧନ ନ କ୍ରୟ କରିବାକୁ ଚାପ ପକାଇବାରେ ଲାଗିଛନ୍ତି।
ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ପୂର୍ବରୁ ମଧ୍ୟ ଏହି ୟୁରୋପୀୟ ଦେଶ ମାନଙ୍କୁ ସିଧା ସିଧା ଏହାର ଜବାବ ଦେଇଥିଲେ ।
ଏବେ ପୁଣି ଥରେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଏହି ପାଶ୍ଚାତ୍ୟ ଦେଶ ମାନଙ୍କୁ ଏହି ପ୍ରସଙ୍ଗ ନେଇ ଆଇନା ଦେଖାଇଛନ୍ତି । ତାହା ମଧ୍ୟ ସବୁ ତଥ୍ୟ ସହିତ । ଏହା ସହିତ ସେ ପୁଣି ଥରେ ସ୍ପଷ୍ଟ କରି ଦେଇଛନ୍ତି ଯେ ନିଜର ଇନ୍ଧନ ଆବଶ୍ୟକତା ପୂର୍ତି ମାମଲାରେ ଭାରତ କାହା ଚାପ ଆଗରେ ମୁଣ୍ଡ ନୂଆଇଁବାର ପ୍ରଶ୍ନ ଉଠୁ ନାହିଁ । ଭାରତ ନିଜର ଇନ୍ଧନ ଆବଶ୍ୟକତାର ପୂର୍ତି ନିଜେ ସ୍ଥିର କରିବ ।
ଜର୍ମାନୀର ବିଦେଶ ମନ୍ତ୍ରୀ ଅନ୍ନାଲେନା ବେୟର ବ୍ରାକ ଭାରତ ଆସିଥିଲେ । ତାଙ୍କ ସହ ଏକ ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଥିଲେ ଯେ ୟୁରୋପୀୟ ୟୁନିଅନ ନିଜେ କିଛି ଅଲଗା କରୁଛି ଓ ଭାରତକୁ କିଛି ଅଲଗା କରିବାକୁ କହୁଛି ।
ଋଷରୁ ଆମଦାନୀ କରାଯାଉଥିବା ଇନ୍ଧନ ମାମଲାରେ ୟୁରୋପ ଓ ଭାରତ ମଧ୍ୟରେ ତୁଳନାତ୍ମକ ଚିତ୍ର ପ୍ରଦାନ କରିଥିଲେ । ସେ କହିଥିଲେ ଯେ ପାଶ୍ଚାତ୍ୟ ଦେଶ ମାନଙ୍କର ଋଷରୁ ତୈଳ ଇମ୍ପୋର୍ଟ ଭାରତ ତୁଳନାରେ 6 ଗୁଣ ଅଧିକ । ଗ୍ୟାସ ଆମଦାନୀ ତ ଭାରତରୁ ଅନେକ ଗୁଣ ଅଧିକ କାରଣ ଭାରତ ଋଷରୁ ଗ୍ୟାସ ଆମଦାନୀ କରେ ନାହିଁ । କୋଇଲା ଆମଦାନୀ କଥା ଯଦି କହିବା ତେବେ ଏହା ଭାରତ ଠାରୁ 50 ପ୍ରତିଶତ ଅଧିକ । ସେ କହିଛନ୍ତି ଯେ ସମସ୍ତଙ୍କୁ ଏହି ତଥ୍ୟ ଉପରେ ଦୃଷ୍ଟି ଦେବାକୁ ଅନୁରୋଧ କରିବି । ଋଷରେ ଏକ ୱେବସାଇଟ ରହିଛି ଯେଉଁଥିରେ ଏ ସମ୍ପର୍କିତ ସମସ୍ତ ତଥ୍ୟ ରହିଛି । କେଉଁ ଦେଶ କେତେ ଗ୍ୟାସ ଆମଦାନୀ କରୁଛି ତାହା ଜାଣିବା ପାଇଁ ଏହା ସହାୟକ ହେବ ।
ତଥ୍ୟ ଅନୁସାରେ ଡିସେମ୍ବର 5, 2022 ଯାଏ ଜର୍ମାନୀ ଓ ନେଦରଲ୍ୟାଣ୍ଡ ସର୍ବାଧିକ ଇନ୍ଧନ ଋଷରୁ କ୍ରୟ କରିଛନ୍ତି । ଏହା ପରେ ଇଟାଲୀ, ଫ୍ରାନ୍ସ, ବୁଲଗାରିଆ, ଗ୍ରୀସ ପରି ଦେଶ ରହିଛନ୍ତି।