ଖୁବ୍ ଜଲ୍ଦି ପୂରା ହେବା କଲାହାଣ୍ଡିବାସୀକଁର୍ ସପନ୍
ଲାଲବଜାର ପୋଲିସ୍ ଷ୍ଟେସନ ନିକଟରେ ବିସ୍ଫୋରଣ, ଜଣେ ଯବାନ ଗୁରୁତର
ଜାମ୍ମୁ କାଶ୍ମୀର: ଶ୍ରୀନଗରର ଲାଲବଜାର ପୋଲିସ୍ ଷ୍ଟେସନ ନିକଟରେ ବିସ୍ଫୋରଣ । ଏହି ବିସ୍ଫୋରଣରେ ଜଣେ ଯବାନ ଗୁରୁତର ହୋଇଛନ୍ତି । ସୁତ୍ର ମୁତାବକ ଗ୍ରେନେଡ ଆକ୍ରମଣ ପରେ ଏହି ବିସ୍ଫୋରଣ ଘଟିଛି । ପୋଲିସ୍ ସୂଚନାନୁଯାୟୀ ବିସ୍ଫୋରଣ ଶକ୍ତଶାଳି ଥିଲା । ଯାହାଦ୍ୱାରା ନିକଟରେ ଥିବା କାଚ ଜିନିଷ ଭାଙ୍ଗି ଚୂନା ହୋଇଯାଇଥିଲା । ତେବେ ଘଟଣାର ତଦନ୍ତ ଚାଲିଛି ବୋଲି ପୋଲିସ୍ କହିଛି ।
ଏହି ବିସ୍ଫୋରଣ ପୂର୍ବରୁ ବୁଧୁବାର ଦିନ ଲାଓ୍ୱେପୋରାରେ ସୁରକ୍ଷାବଳ ଉପରେ ଆତଙ୍କୀ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ସେନା ଦୁଇ ଆତଙ୍କୀଙ୍କୁ ନିହତ କରିଥିଲା ଓ ଜଣେ ଆତଙ୍କୀ ଗୁରୁତର ହୋଇଥିଲା ।
Download Argus News App
