ଅର୍ଗସ ବ୍ୟୁରୋ : କ୍ରିକେଟରମାନେ କେବଳ କ୍ରିକେଟରେ ଛକା,ଚୌକା ମାରି ଧମାଲ କରିନଥାନ୍ତି,ସେମାନଙ୍କ ରିଅଲ ଲାଇଫରେ ବି ସେମାନେ ବେଶ ଧମାଲ କରିଥାନ୍ତି । ସେ ଡ୍ୟାନ୍ସରେ ହେଉ କି କୌଣସି ସଙ୍ଗ୍ ରେ । ସେହିପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଧୋନି ଏବଂ ହାର୍ଦ୍ଦିକ ପାଣ୍ଡିଆ ଧୁମ ନାଚିବାରେ ଲାଗିଛନ୍ତି । ଏକ ନାଗପୁରୀ ଗୀତରେ ସେମାନେ ନାଚୁଛନ୍ତି । ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଉଭୟଙ୍କ ଦମଦାର ଡ୍ୟାନ୍ସକୁ ପ୍ରଶଂସକ ମାନେ ବେଶ ପ୍ରଶଂସା କରିଛନ୍ତି ।
ଏ ଭିଡିଓରେ ବିରାଟ କୋହଲି ଏବଂ ପାଣ୍ଡିଆଙ୍କ ଡ୍ୟାନ୍ସ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଉଭୟ ହାତର କିଛି ଷ୍ଟେପ କରିଛନ୍ତି । ଯାହାକୁ ୟୁଜର୍ସମାନେ ମଜାଳିଆ କମେଣ୍ଟ ଦେଇଛନ୍ତି । କ୍ରିକେଟର ମାନେ ସେମାନଙ୍କ କ୍ରିକେଟରେ ଯେମିତି ଛକା ଚୌକା ମାରିଥାନ୍ତି, ତାଙ୍କ ବ୍ୟକ୍ତିଗତ ଜୀବନରେ ମଧ୍ୟ ସେମାନେ ପ୍ରତ୍ୟେକ ମୂହୁର୍ତ୍ତକୁ ଉପଭୋଗ କରିଥାନ୍ତି । ଅନେକ ସମୟରେ କ୍ରିକେଟର ମାନଙ୍କର ଏପରି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
କ୍ରୀଡ଼ା ଖବର ଆହୁରି ପଢନ୍ତୁ ।