ନୂଆଦିଲ୍ଲୀ: ଦିଲ୍ଲୀରେ କୃଷକଙ୍କ ହିଂସା ଘଟଣା । ଘଟଣାରେ 22ଟି ମାମଲା ରୁଜୁ ହୋଇଛି । ଏହା ବ୍ୟତିତ 300 ପୋଲିସ୍ ଏହି ହିଂସାରେ ଗୁରୁତର ହୋଇଛନ୍ତି । ଏହି ଘଟଣାରେ ଆଗକୁ ଆହୁରି ମାମଲା ରୁଜୁ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ଆଜି ଅପରାହ୍ନରେ ପୋଲିସ୍ ପକ୍ଷରୁ ପ୍ରେସ୍ କନଫରେନ୍ସ କରାଯିବ । ଟ୍ରାକ୍ଟର ପରେଡରେ ହିଂସା ଲାଲ କିଲ୍ଲା ମେଟ୍ରୋ ଷ୍ଟେସନର ପ୍ରବେଶ ଦ୍ୱାର ବନ୍ଦ ରହିଛି। ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି ।
କିନ୍ତୁ, ଦିଲ୍ଲୀର ଅନ୍ୟ ମେଟ୍ରୋ ଷ୍ଟେସନ ଖୋଲା ରହିଛି । ଗତାକାଲି ବିଳମ୍ୱିତ ରାତି ସୁଦ୍ଧା ଉପଦ୍ରବୀ ମାନଙ୍କୁ ଦିଲ୍ଲୀ ଲାଲକିଲ୍ଲାରୁ ବାହାର କରାଯାଇଥିଲା । ପରେ ପୂରା କଡ଼ା ସୁରକ୍ଷା ବଳୟ ମଧ୍ୟରେ ଦିଲ୍ଲୀର ଲାଲ କିଲ୍ଲାକୁ ପୋଲିସ ଛାଉଣୀ କରାଯାଇଛି ।
ଗତକାଲି ଟ୍ରାକ୍ଟର ଆନ୍ଦୋଳନ ନାଁ ଦିଲ୍ଲୀରେ ଜଳିଥିଲା ହିଂସାର ନିଆଁ । ଦିଲ୍ଲୀର ଅନେକ ସ୍ଥାନରେ ଭଙ୍ଗାରୁଜା କରିବା ସହ ଲାଲକିଲ୍ଲାରେ ଜାତୀୟ ପତାକାକୁ ଅସମ୍ମାନ କରିବା ସହ ଧାର୍ମିକ ପତାକାର ଉତ୍ତୋଳନ କରିଥିଲେ । ସେହିପରି ଏହି ହିଂସାରେ 300 ଜଣ ପୋଲିସ କର୍ମଚାରୀ ଗୁରୁତର ହୋଇଥିବା ସୂଚନା ରହିଛି । ହିଂସାକାଣ୍ଡରେ ଜଣେ ବିକ୍ଷୋଭକାରୀଙ୍କ ଟ୍ରାକ୍ଟର ଓଲଟି ପଡିବାରୁ ମୃତ୍ୟୁ ହୋଇଥିବା ମଧ୍ୟ ଜଣାପଡ଼ିଛି ।