ମାଙ୍କଡଙ୍କୁ ପାନେ ଦେବାକୁ ଭାଲୁ ବେଶ । ରାତିର ନିଦ ହଜିଯାଇଛି । ଆଖୁ ଫସଲ ଖିନ୍ ଭିନ୍ କରି ଦେଇଛନ୍ତି ମାଙ୍କଡ । ପାଖାପାଖି 40 ରୁ 50 ମାଙ୍କଡ ଏ ପୁରା ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି । ଆଖୁ ଉପାଡି ମିଠା ଅଂଶ ଖାଇ ଫୋପାଡି ଦେଉଛନ୍ତି । ଆଉ କୁଦି କୁଦି ପୁରା ଆଖୁ କିଆରି ନଷ୍ଟ କରୁଛନ୍ତି । କ୍ଷତି ଏତେ ପରିମାଣରେ ହେଉଛି ଯେ ଦେଖିବା ଲୋକ ବି ବରଦାସ୍ତ କରିପାରିବେନି । ଆଖୁ କିଆରିରେ ମାଙ୍କଡଙ୍କ ଆତଙ୍କ ଏବେ ଏହି ଇଲାକାର ଚିନ୍ତାର ବିଷୟ ପାଲଟିଛି । ବନ ବିଭାଗକୁ ଏନେଇ ବାରମ୍ବାର କହିବା ସତ୍ତ୍ୱେ ବି କିଛି ସୁଫଳ ମିଳୁନି ବୋଲି କହିଛନ୍ତି ଚାଷୀ ।
ଶେଷରେ କିଛି ଉପାୟ ନ ପାଇ ଏହି ଉପାୟ ବାଛିଛନ୍ତି ଏଠାକାର ଲୋକେ । ଏଠାକାର ସବୁ ଚାଷୀ ମିଶି 4 ହଜାର ଟଙ୍କାରେ ଏହି ଭାଲୁ ଡ୍ରେସ କିଣିଛନ୍ତି । ଆଉ ମାଙ୍କଡ ଘଉଡାଇବାକୁ ବ୍ୟବହାର କରୁଛନ୍ତି । ଦର୍ଶକ ବନ୍ଧୁ ଏହି ଘଟଣାଟି ହେଉଛି ଉତ୍ତରପ୍ରଦେଶ ଲକ୍ଷ୍ମୀପୁର କ୍ଷେରୀ ଅଞ୍ଚଳର ।
ଅନ୍ୟପଟେ ଏହି ଭାଲୁ ଭିଡିଓ ଭାଇରାଲ ହେବା ପରେ ଲକ୍ଷ୍ମୀପୁରକ୍ଷେରୀର ଡିଏଫଓ ମାଙ୍କଡ ଘଉଡାଇବା ନେଇ ପଦକ୍ଷେପ ନିଆଯାଉଥିବା ପ୍ରତିକ୍ରିୟା ରଖିଛନ୍ତି ।