ମାଛ ଉତ୍ପାଦନ ବଢ଼ାଇବ ସୌର ଚାଳିତ ଭାସମାନ ଯନ୍ତ୍ର
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫାରୁକ୍ ଅବଦୁଲାଙ୍କ ପ୍ରଶଂସା

ଅର୍ଗସ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫାରୁକ୍ ଅବଦୁଲାଙ୍କ ପ୍ରଶଂସା । କହିଲେ ମୋଦି ହିଁ ବନ୍ଦ କରିପାରିବେ ରୁଷିଆ ଓ ୟୂକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ । ଭାରତ ଜି-୨୦ ଅଧ୍ୟକ୍ଷତାର ଦାୟିତ୍ବ ନେବାକୁ ପ୍ରଶଂସା କରିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୂମିକାକୁ ମଧ୍ୟ ପ୍ରଶଂସା କରିଛନ୍ତି ଜାମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ନ୍ୟାସନାଲ କନଫରେନ୍ସର ନେତା ଅଧ୍ୟକ୍ଷ ଫାରୁକ୍ ଅବଦୁଲା । ବିଶ୍ବର ବିଭିନ୍ନ ଫୋରମରେ ମୋଦି ଭାରତ ର ପକ୍ଷ ସଠିକ୍ ଭାବରେ ରଖୁଥିବାରୁ ଏହା ଭାରତ ପାଇଁ ଲାଭଦାୟକ ହେବ ବୋଲି କହିଛନ୍ତି।
Download Argus News App
