ବିରଳ ଗରୁଡ଼ ପକ୍ଷୀ ଉଦ୍ଧାର...
ଅର୍ଗସ ବ୍ୟୁରୋ: କୋଭିଡ ପଜିଟିଭ ହେଲେ ଫାରୁକ୍ ଅବଦୁଲ୍ଲା । ଯେଉଁଭଳି ଭାବରେ କରୋନା ସଂକ୍ରମଣ ବଢ଼ି ବଢ଼ି ଚାଲିଛି, ଦିନକୁ ଦିନ ଜଣଙ୍କ ପରେ ଜଣଙ୍କୁ ଏହା ଘାରୁଛି । ନ୍ୟାସନାଲ୍ କନ୍ଫରେନ୍ସ ପାଟ୍ରୋନ୍ ଫାରୁକ୍ ଅବଦୁଲ୍ଲା କୋଭିଡ-୧୯ ପାଇଁ ପଜିଟିଭ୍ ଚିହ୍ନଟ ହୋଇଥିବା ତାଙ୍କ ପୁଅ ଓମାର ଅବଦୁଲ୍ଲା ମଙ୍ଗଳବାର କହିଛନ୍ତି।
ଏନସି ନେତା ଓମାର ଅବଦୁଲ୍ଲା କହିଛନ୍ତି ଯେ ତାଙ୍କ ପିତାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ପରିବାର ସଦସ୍ୟମାନଙ୍କଠାରୁ ନିଜକୁ ପୃଥକ ରଖିଥିଲେ। ତେବେ ଦେଶରେ ସଂକ୍ରମଣ ହାର ବଢ଼ି ବଢ଼ି ଚାଲିଥିବାବେଳେ ଏହାକୁ ଦୃଷ୍ଟିରେ ରଖି ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡୁଛି ।