ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ନାସିରୁଦ୍ଦିନ ଶାହ କହିଛନ୍ତି ଯେ ଅତ୍ୟନ୍ତ ଚତୁରତା ସହ ମୁସଲମାନ ମାନଙ୍କ ପ୍ରତି ଘୃଣା ଭାବ ଭର୍ତି କରାଯାଉଛି । ଏହା ଏବେ ଏକ ଫ୍ୟାସନରେ ପରିଣତ ହୋଇ ସାରିଛି ।
ସେ କହିଛନ୍ତି ଯେ ଇସଲାମୋଫୋବିଆର ବ୍ୟବହାର ନିର୍ବାଚନୀ ଭୋଟ ପାଇଁ କରାଯାଉଛି। ଯାହାର ପ୍ରଭାବ ବଡ ପରଦାରେ ଦେଖା ଯାଉଛି । ଏହା ଅତ୍ୟନ୍ତ ଚିନ୍ତିତ କରିବା ଭଳି ସମୟ ବୋଲି ସେ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ ଏଭଳି କଂଟେଟ ତିଆରି କରି ଦର୍ଶକ ମାନଙ୍କୁ ଦେଖା ଯାଉଛି ଯାହା ବିଶୁଦ୍ଧ ଭାବେ ଓ ଖୋଲାଖୋଲି ଭାବେ ପ୍ରପାଗଣ୍ଡା ଅଟେ । ମୁସଲମାନ ମାନଙ୍କ ପ୍ରତି ଘୃଣା କରିବା ଏବେ ଦେଶରେ ଏକ ଫ୍ୟାସନ ହୋଇ ସାରିଛି , ଏପରିକି ଶିକ୍ଷିତ ମାନଙ୍କ ମଧ୍ୟରେ । ଏହି ଜିନିଷ ଗୁଡିକ କ୍ଷମତାସୀନ ଦଳ ଦେଶର ଲୋକ ମାନଙ୍କର ଶୀରା ଓ ଧମନୀରେ ପ୍ରବେଶ କରାଉଛି । ଆମେ ସେକୁଲାରିଜମ ଓ ଗଣତନ୍ତ୍ରର କଥା କହୁଛନ୍ତି । ଏଭଳି ପରିସ୍ଥିତିରେ ଧର୍ମକୁ ଏଥିରେ ପ୍ରବେଶ କରାଇବାର କଣ ଆବଶ୍ୟକତା ରହିଛି । ନିର୍ବାଚନ କମିଶନ ଚୁପ ଚାପ ସବୁ ଦେଖୁଛି ବୋଲି ସେ କହିଛନ୍ତି ।
ନାସିରୁଦ୍ଦିନ ଶାହଙ୍କ ହିନ୍ଦୁ ବିରୋଧ କିଛି ନୂଆ କଥା ନୁହେଁ। ଏହା ପୂର୍ବରୁ ସେ ଅନେକ ଥର ନିଜର ହିନ୍ଦୁ ବିରୋଧ ଓ ମୋଦୀ ବିରୋଧକୁ ସାର୍ବଜନୀନ କରି ସାରିଛନ୍ତି ।
ଏବେ କିଛି ଦିନ ପୂର୍ବରୁ ଓଟିଟି ପ୍ଲାଟଫର୍ମରେ ଜି-5ର ସିରିଜରେ ସେ ମୋଗଲ ବାଦଶାହ ଆକବରର ଭୂମିକାରେ ଅଭିନୟ କରିଥିଲେ । ସେତେବେଳେ ସେ କହିଥିଲେ ଯେ ମୋଗଲ ମାନଙ୍କୁ ବଦନାମ କରାଯିବା ଉଚିତ ନୁହେଁ।
ଏହା ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୁଦ୍ଧରେ ବିଷେଦଗାର କରି ସାରିଛନ୍ତି ।
ତାଙ୍କର ଦ୍ୱିତୀୟ ପତ୍ନୀ ରତ୍ନା ପାଠକ ଶାହ ମଧ୍ୟ ତାଙ୍କ ସ୍ୱାମୀଙ୍କ ଭଳି ହିନ୍ଦୁ ଧର୍ମ ବିରୁଦ୍ଧରେ ସାର୍ବଜନୀନ ଭାବେ ବିଷେଦଗାର କରି ଆସିଛନ୍ତି । ଏବେ କିଛି ଦିନ ତଳେ ସେ ହିନ୍ଦୁ ମହିଳା ମାନେ ନିଜର ସ୍ୱାମୀ ମାନଙ୍କ ପାଇଁ ଉପବାସ କରୁଥିବାକୁ ନେଇ ସମାଲୋଚନା କରିଥିଲେ ଓ ଏହାକୁ ମହିଳା ବିରୋଧୀ ବୋଲି କହିଥିଲେ । ନସିରୁଦ୍ଦିନଙ୍କ ଦ୍ୱିତୀୟ ପତ୍ନୀ କେବେ ହେଲେ ଟ୍ରିପଲ ତଲାକ, ହଲାଲା କିମ୍ବା ବୁର୍ଖା ପ୍ରଥା ନେଇ ପାଟି ଖୋଲିବାର ଦେଖା ଯାଇ ନାହିଁ। ଏମାନଙ୍କର ଏକମାତ୍ର ଲକ୍ଷ୍ୟ ହେଲା ଭାରତୀୟ, ହିନ୍ଦୁ ସଭ୍ୟତା ଓ ସଂସ୍କୃତି ଉପରେ ଆକ୍ରମଣ କରିବା ଓ ଇସଲାମିଷ୍ଟ ମାନଙ୍କୁ ପ୍ରୋତ୍ସାହନ ଦେବେ ।
ତେବେ ନାସିରୁଦ୍ଦିନ ଶାହଙ୍କ ଏହି ନୂତନ ବିବାଦୀୟ ବକ୍ତବ୍ୟ ପରେ ସୋସିଆଲ ମିଡିଆରେ ତାଙ୍କୁ ପ୍ରବଳ ସମାଲୋଚନାର ସମ୍ମୁଖୀନ ହେବା ଦେଖିବାକୁ ମିଳିଛି ।