କିଛି ଦିନ ଧରି ସେ ଟେଷ୍ଟ ଦଳରେ ସ୍ଥାନ ପାଇବାକୁ ସଂଘର୍ଷ କରୁଥିଲେ। ତେଣୁ ଦଳରେ ସ୍ଥାୟୀ ଭାବେ ରହିବାକୁ ହେଲେ ନିୟମିତ ରନ କରିବା ଉପରେ ସେ ଗୁରୁତ୍ବ ଦେଇଛନ୍ତି। ତାଙ୍କ ମତରେ ୨୦୨୪ ଟି-୨୦ ବିଶ୍ବକପ ତାଙ୍କର ଶେଷ ମ୍ୟାଚ ହେବ।
ଭାରତ ବିପକ୍ଷ WTC ଫାଇନାଲ ଖେଳିବାପରେ ୫ ମ୍ୟାଚ ବିଶିଷ୍ଟ ଆସେସ ଶୃଙ୍ଖଳା ପାଇଁ ତାଙ୍କୁ ଚୟନ କରାଯାଇଛି। ଆସେସ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ ପାଇଁ ଓ୍ବାର୍ଣ୍ଣରଙ୍କ ନାମ ତାଲିକାରେ ଥିବାବେଳେ ମାର୍କସ ହାରିସ ଓ ମ୍ୟାଟ ରେନସ ବିକଳ୍ପ ଖେଳାଳି ଭାବେ ରହିଛନ୍ତି।
ଅଧିକ ଖବ ପଢ଼ନ୍ତୁ: ଡ୍ୟୁକ ବଲରେ ଭାରତ ଖେଳିବ WTC ଫାଇନାଲ ମ୍ୟାଚ
ଏହାପୂର୍ବରୁ ବର୍ଡର ଗାଭାସ୍କର ଟ୍ରଫିରେ ଓ୍ବାର୍ଣ୍ଣରଙ୍କ ପ୍ରଦର୍ଶନ ଚିନ୍ତାଜନକ ରହିଥିଲା। ତିନୋଟି ପାଳିରୁ ମାତ୍ର ୨୬ ରନ କରିଥିଲେ। ଚଳିତବର୍ଷ ଶେଷ ଆଡ଼କୁ ପାକିସ୍ତାନ ସହ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳାଯିବ। ଏବଂ ଶେଷ ମ୍ୟାଚ ସିଡନୀରେ ଜାନୁୟାରୀ ୩ ତାରିଖରୁ ଆରମ୍ଭ ହେବ।
ଅଧିକ ପଢ଼ନ୍ତୁ ଖେଳ ଖବର