ଅର୍ଗସ ବ୍ୟୁରୋ : ଆକ୍ସନ, ରୋମାନ୍ସ, ଇମୋସନ.... ଫିଲ୍ମରେ ଏହି ସବୁ ଥିଲେ ଦର୍ଶକମାନେ ପ୍ରଥମରୁ ଶେଷଯାଏଁ ଫିଲ୍ମରେ ବାନ୍ଧି ହୋଇ ରୁହନ୍ତି. ତେବେ କିଛି ଫିଲ୍ମର ପୋଷ୍ଟରରୁ ହିଁ ଏହାର କାହାଣୀ ଏବଂ ଆକ୍ସନକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଥାଏ. ସେପରି କିଛି ଧମାକଦାର ଫିଲ୍ମ ଆଗାମୀ କିଛି ମାସରେ ରିଲିଜ ହେବାକୁ ଯାଉଛି. ଯାହାକୁ ନେଇ ବେଶ ଉତ୍ସାହିତ ଦର୍ଶକମାନେ. ହଁ ଦର୍ଶକବନ୍ଧୁ, ଆମେ କହୁଛୁ ବଲିଉଡର କିଛି ନୂଆ ଫିଲ୍ମ ଉପରେ . ଯାହାର ପୋଷ୍ଟର ରିଲିଜ ହେବାପରେ ହିଁ ସିନେମାପ୍ରେମୀ ମାନେ ଫିଲ୍ମ ଦେଖିବାକୁ ବେଶ ଉତ୍ସାହିତ ଅଛନ୍ତି. ଜାଣନ୍ତୁ କେଉଁ ଫିଲ୍ମକୁ ନେଇ ଉତ୍ସାହିତ ଅଛନ୍ତି ସିନେପ୍ରେମୀ...
ଅର୍ଗସ ବ୍ୟୁରୋ: ଦୁଇ ଟ୍ରକ ମୁହାଁମୁହିଁ ଧକ୍କା। ଜଣେ ମୃତ ଜଣେ ଗୁରୁତର। ଜମନକିରା ଥାନା ୫୩ନଂ ଜାତୀୟ ରାଜପଥ ଚିମିମହୁଲରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ସିମେଣ୍ଟ ବୋଝେଇ ଟ୍ରକ ଓ କଣ୍ଟେନର ମଧ୍ୟରେ ମଧ୍ୟରେ ମୁହାମୁହିଁ ଧକ୍କା । କଣ୍ଟେନର ଗାଡିର ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ସିମେଣ୍ଟ ବୋଝେଇ ଟ୍ରକ ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ନୟାଗଡ: ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ଦିନକୁ ଦିନ ନିଶା କାରବାର ବଢୁଥିବା ବେଳେ ଏବେ ଆକ୍ସନ ମୋଡ଼୍ ରେ ରଣପୁର ଅବକାରୀ ବିଭାଗ । ବିଶେଷ ସୂତ୍ରରୁ ଖବର ପାଇ ରଣପୁର ଅବକାରୀ ଥାନା ଓଏସଆଇ ସୁବାଷ ସେଠୀଙ୍କ ନେତୃତ୍ୱରେ ଏକ ଟିମ୍ ରଣପୁର ବ୍ଲକର ନର୍ସିଙ୍ଗପୁର ଓ ଅମ୍ବାଝରରେ ଚଢ଼ାଉ କରିଥିଲା । ବିପୁଳ ପରିମାଣରେ ମଦ ତିଆରି ସାମଗ୍ରୀ , 135 ଲିଟର ଦେଶୀ ମଦ ଓ ଗୋଟିଏ ବାଇକ ଜବତ କରିବା ସହ 3 ଜଣଙ୍କୁ ଗିରଫ କରିଛି ଅବକାରୀ ପୋଲିସ ।
ଅଭିଯୁକ୍ତମାନେ ହେଲେ ଆମ୍ବାଝର ଗ୍ରାମର ଶରତ ଶ୍ରୀଚନ୍ଦନ ଓ ରାକେଶ ଶ୍ରୀଚନ୍ଦନ, ନର୍ସିଙ୍ଗପୁର ଗ୍ରାମର ଚିତ୍ତରଞ୍ଜନ ସାହୁ । ତେବେ ଜବତ ମଦ ଓ ମଦ ତିଆରି ସାମଗ୍ରୀର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅବକାରୀ ଥାନା ପକ୍ଷରୁ ସୂଚନା ଦିଆଯାଇଛି ।
ଆହୁରି ପଢନ୍ତୁ ଅପରାଧ ଖବର...
ଅର୍ଗସ ବ୍ୟୁରୋ: ଆଜି ଓଡ଼ିଶା ଆସୁଛନ୍ତି ଉତ୍ତରକାଶୀ ଟନେଲରୁ ପୁନର୍ଜନ୍ମ ଫାଇଥିବା 5 ଓଡ଼ିଆ ଶ୍ରମିକ । ଗତକାଲି ରିଷିକେଶ AIIMSରୁ ଓଡ଼ିଶା ଅଭିମୁଖେ ବାହାରିଛନ୍ତି ଶ୍ରମିକ । ରାଜ୍ୟ ଶ୍ରମ ବିଭାଗର ଅଧିକାରିଙ୍କ ସହ ଶ୍ରମିକଙ୍କ ପରିଜନ ବି ଡେରାଡୁନ ବିମାନବନ୍ଦରରେ ପହଁଚିଥିଲେ । ସେଠାରୁ ଦିଲ୍ଲୀ ବିମାନବନ୍ଦର ହୋଇ ଆଜି ଭୁବନେଶ୍ୱର ବିଜୁ ପଟନାୟକ ବିମାନବନ୍ଦରରେ ପାହଁଚିବେ। ଗତକାଲି ଋଷିକେଶ Aiims ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ଶ୍ରମିକଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସୂଚନା ଦିଆଯାଇଥିଲା।
ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ରହିବା ସହ ସମସ୍ତଙ୍କୁ କ୍ଲିଅରାନ୍ସ ଦିଆଯାଇଛି। ସମସ୍ତ ଶ୍ରମିକ aiims ଡାକ୍ତରଙ୍କ ଯୋଗାଯୋଗରେ ରହିବେ। ଉତ୍ତରକାଶୀ ଟନେଲରେ 7 ରାଜ୍ୟର 41 ଶ୍ରମିକ ଫସି ରହିଥିଲେ । ଦୀର୍ଘ 17 ଦିନ ପରେ ଟନେଲ ଭିତରୁ ଶ୍ରମିକଙ୍କୁ ସୁରକ୍ଷିତ ବାହାର କରାଯାଇଥିଲା। ଯେଉଁଥିରେ ଓଡ଼ିଶାର 5 ଜଣ ଶ୍ରମିକ ରହିଥିଲେ । ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରୁ 3 ଶ୍ରମିକ ରହିଥିବା ବେଳେ ଭଦ୍ରକ ଏବଂ ନବରଙ୍ଗପୁରରୁ ଜଣେ ଲେଖାଏଁ ଶ୍ରମିକ ରହିଥିଲେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: