ଟିଏମସିରେ ରହି ମୁଁ ପାପ କରିଛି
ଅର୍ଗସ ବ୍ୟୁରୋ: ଗୁରୁବାର ଦିନ ମହାରାଷ୍ଟ୍ରର ପୁଣେରେ ଅବସ୍ଥିତ ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ର ଟର୍ମିନାଲ୍ ଗୋଟିଏ ଫାଟକରେ ଅଗ୍ନିକାଣ୍ଡରେ 5 ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଉଦ୍ଧାର ପାଇଁ 15 ଟି ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି। ତେବେ ନିଆଁକୁ ନିୟନ୍ତ୍ରଣ କରାଯାଇଛି। ତେବେ ଟିକା ସୁରକ୍ଷିତ ଅଛି।
ମୃତ୍ୟୁବରଣ କରିଥିବା ପାଞ୍ଚ ଜଣ, ବୋଧହୁଏ ନିର୍ମାଣାଧୀନ ବିଲ୍ଡିଂର ଶ୍ରମିକ ଥିଲେ। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । କିନ୍ତୁ ଅନୁମାନ କରାଯାଉଛି ଯେ ବିଲ୍ଡିଂରେ ଚାଲିଥିବା ୱେଲ୍ଡିଂରେ ନିଆଁ ଲାଗିଛି। ପୁଣେ ମେୟର ମୁର୍ଲିଧର ମୋହୋଲ ଏ ନେଇ ସୂଚନା ଦେଇଛନ୍ତି। ବିଲଡିଂରୁ 4ଜଣଙ୍କୁ ସ୍ଥାନାନ୍ତର କରାଯାଇଛି।
300 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି କାରଖାନାକୁ ବଡ଼ ଆକାରରେ କରୋନାର ଭ୍ୟାକ୍ସିନ୍ କୋଭିଶିଲ୍ଡ ଉତ୍ପାଦନ କରିବାକୁ ଯୋଜନା କରାଯାଇଛି। ଏହି କାରଖାନାକୁ ଗତ ବର୍ଷ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ଉଦଘାଟନ କରିଥିଲେ।