ନିଆଁ ଏତେ ଭୟଙ୍କର ଥିଲା ଯେ ଧୂଆଁ ସହିତ ସମଗ୍ର ଅଞ୍ଚଳ କଳା ହୋଇଯାଇଛି । ବର୍ତ୍ତମାନ ଅନେକ ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇବା କାର୍ୟ୍ୟରେ ନିୟୋଜିତ ଅଛନ୍ତି। କୁହାଯାଉଛି ଯେ, ସଂକୀର୍ଣ୍ଣ ରାସ୍ତା ଯୋଗୁଁ ଉଦ୍ଧାର କାର୍ୟ୍ୟ ଓ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇପଡୁଛି। ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଆଖପାଖ ଅଟ୍ଟାଳିକା ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
୭ ମହଲାରେ ନିଆଁ

ଅର୍ଗସ୍ ବ୍ୟୁରୋ: ମୁମ୍ବାଇ ମହାନଗରୀର ବୋରିଭାଲୀରେ ଥିବା ଏକ କୋଠାରେ ନିଆଁ ଲାଗିଯାଇଛି । କୋଠାର ସପ୍ତମ ମହଲାରେ ନିଆଁ ଲାଗିଯାଇଥିଲା ବେଳେ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଏହି ଦୁର୍ଘଟଣାରେ ଅଗ୍ନିଶମ ବିଭାଗର ଜଣେ ଅଧିକାରୀ ମଧ୍ୟ ଗୁରୁତର ଭାବେ ପୋଡି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
Download Argus News App
