Argus Super Fast| 8 Feb 2023 | Argus News
ପଞ୍ଜାବରେ ଡେଲଟା ପ୍ଲସ୍ ଭାରିଆଣ୍ଟର ପ୍ରଥମ ମାମଲା, 62 ବର୍ଷ ବୟସ୍କ ରୋଗୀଙ୍କଠାରେ ଲକ୍ଷଣ ଚିହ୍ନଟ

ନୂଆଦିଲ୍ଲୀ: ୨୪ ଘଣ୍ଟାରେ ପଞ୍ଜାବରେ କରୋନା ମହାମାରୀ ଯୋଗୁଁ 12 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 341 ଟି ନୂଆ ମାମଲା ରୁଜୁ ହୋଇଥିବା ଜଣାଯାଇଛି। ଏହା ସହିତ ରାଜ୍ୟରେ ଏହି ମହାମାରୀରେ ମୃତ୍ୟୁବରଣ କରିଥିବା ମୋଟ ଲୋକଙ୍କ ସଂଖ୍ୟା 15956 ରେ ପହଞ୍ଚିଛି। ବର୍ତ୍ତମାନ 1676 ରୋଗୀଙ୍କୁ ଅମ୍ଳଜାନ ସହାୟତା, 114 ରୋଗୀ ଭେଣ୍ଟିଲେଟର ଏବଂ 373 ରୋଗୀଙ୍କୁ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ସ୍ତର 3 ସୁବିଧା ଯୋଗାଇ ଦିଆଯାଇଛି।
ଏଥି ସହିତ ରାଜ୍ୟରେ ଡେଲଟା ପ୍ଲସ୍ ଭାରିଆଣ୍ଟର ପ୍ରଥମ ମାମଲା ସାମ୍ନାକୁ ଆସିଛି। ଲୁଧିଆନା ଜିଲ୍ଲାରେ ଏହି ମାମଲା ସାମ୍ନାକୁ ଆସିଛି। କରୋନାର ଏହି ନୂତନ ପ୍ରକାରର ଲକ୍ଷଣ ପାଖୱାଲ ବ୍ଲକର ଜାଣ୍ଡ ଗାଁର ଜଣେ 62 ବର୍ଷ ବୟସ୍କ ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳିଛି।
Download Argus News App
