ମଙ୍କିପକ୍ସ ସଂକ୍ରମଣକୁ ନେଇ ସାରା ଦେଶରେ ଆଲର୍ଟ ଜାରି ହୋଇଛି । ନିକଟରେ ବିଦେଶରୁ ଫେରିଥିବା ଯୁବକଙ୍କଠାରେ ମଙ୍କିପକ୍ସ ଭାଇରସ ସଂକ୍ରମଣର ଲକ୍ଷଣ ଦେଖାଦେବାରୁ ତାଙ୍କୁ ଆଇସୋଲେଟରେ ରଖାଯିବା ସହ ତାଙ୍କର ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ ସନ୍ଦିଗ୍ଧ ଯୁବକଙ୍କ ଟ୍ରାଭେଲ ହିଷ୍ଟ୍ରୀ ଯାଞ୍ଚ କରାଯାଉଛି।
ସୁରକ୍ଷା କାରଣରୁ ସନ୍ଦିଗ୍ଧ ଆକ୍ରାନ୍ତଙ୍କ ଠିକଣା ଗୁପ୍ତ ରଖାଯାଇଛି। ନ୍ୟାସନାଲ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ପକ୍ଷରୁ ଦେଶରେ ମଙ୍କିପକ୍ସକୁ ନେଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ୧୧୬ଟି ଦେଶରେ ଗ୍ରେଡ୍-ଥ୍ରୀ ସଂକ୍ରମଣ ବ୍ୟାପିବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ପବ୍ଲିକ୍ ହେଲ୍ଥ ଏମର୍ଜେନ୍ସି ଅଫ୍ ଗ୍ଲୋବାଲ୍ କନସର୍ନ ବା ବୈଶ୍ୱିକ ଜନସ୍ୱାସ୍ଥ୍ୟ ଜରୁରୀ ସ୍ଥିତି ଘୋଷଣା କରିଥିଲା । ବିଭିନ୍ନ ଆଫ୍ରିକୀୟ ଦେଶ ସହ ସାଉଦି ଆରବ ଓ ପାକିସ୍ତାନରେ ବି ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇଛନ୍ତି।
ଅଧିକ ପଢ଼ନ୍ତୁ ଭାରତ ଖବର