ମାଈ ଚିତା ଗୁଡିକର ବୟସ ୨ରୁ ୫ ବର୍ଷ ଏବଂ ଅଣ୍ଡିରା ଚିତାଗୁଡିକର ବୟସ ୪.୫ ରୁ ୫.୫ ବର୍ଷ ମଧ୍ୟରେ ହେବ। ଚିତା ପ୍ରକଳ୍ପ ଅଧିନରେ ଏମାନଙ୍କୁ ଅଣାଯିବ । ନାମ୍ବିଆର ରାଜଧାନୀ ଓ୍ୱିଣ୍ଡହକ୍ରୁ ଟ୍ୱିଟ୍ କରି ଭାରତୀୟ ହାଇ କମିଶନ ଦେଶବାସୀଙ୍କୁ ଏହି ଖୁସି ଖବର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନିଜ ୭୨ ତମ ଜନ୍ମନଦିନରେ ଚିତାଗୁଡିକୁ ଜାତୀୟ ଉଦ୍ୟାନରେ ଛାଡିବେ । ପରେ ୭୪ ବର୍ଷ ପରେ ପୁଣି ଦେଶରେ ଦେଖିବାକୁ ମିଳିବ ଚିତା। ତେବେ ୫ବର୍ଷ ରେ ୫୦ ଚିତା ଆସିବ ଭାରତ।
୭୪ ବର୍ଷ ପରେ ପୁଣି ଦେଶରେ ଦେଖିବାକୁ ମିଳିବ ଚିତା

ନୂଆଦିଲ୍ଲୀ: ମୋଦିଙ୍କ ଜନ୍ମଦିନରେ ଦେଶକୁ ଚିତା ଭେଟି। ଦୀର୍ଘ ୭ ଦଶନ୍ଧି ଅପେକ୍ଷାର ଅନ୍ତ ଘଟିବ। ଭାରତ ପୁଣି ଦେଖିବ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚିତା। ନାମ୍ବିଆରୁ ପ୍ରଥମ ପର୍ଯ୍ୟାୟରେ ୮ଟି ଚିତାବାଘ ଭାରତକୁ ଆସିବ। ମୋଦିଙ୍କ ଜନ୍ମ ଦିନ ଅର୍ଥାତ ୧୭ ତାରିଖରେ ମଧ୍ୟପ୍ରଦେଶ ଗସ୍ତ କରି ଚିତାଗୁଡିକୁ ରାଜ୍ୟର କୁନୋ ଜାତୀୟ ଉଦ୍ୟାନରେ ଛାଡିବେ । ପୂର୍ବାହ୍ନ ପ୍ରାୟ ୧୦ଟା ୪୫ରେ ଜାତୀୟ ଉଦ୍ୟାନର ଶୋଭା ବର୍ଦ୍ଧନ କରିବେ ୫ ମାଈ ଓ ୩ ଅଣ୍ଡିରା ଚିତା ।
Download Argus News App
