ପୂର୍ବରୁ କିଭଳି ତାଙ୍କର ଏହି କୁ ଚକ୍ରାନ୍ତ ପାଇଁ ସେ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନିଙ୍କଠୁ ଟଙ୍କା ସମେତ ଅନେକ ବିଳାଶ ବ୍ୟସନ ଭରା ସୁବିଧାର ଫାଇଦା ଉଠାଉଥିଲେ । ଏ କଥାର ସ୍ପଷ୍ଟୀକରଣ ଦେଇ ସାରିଛନ୍ତି ଦର୍ଶନ । ପ୍ରଥମେ ଏନେଇ ଅଭିଯୋଗ ଆଣି ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଥିଲେ ବିଜେପି ସାଂସଦ ନୀଶିକାନ୍ତ ଦୁବେ । ଏହି ଚିଠିରେ ହୋଇଥିବା ଅଭିଯୋଗକୁ ଆଧାର କରି ଆଜି ନିଷ୍ପତ୍ତି ନେଇପାରନ୍ତି ଏଥିକ୍ସ କମିଟି ।
ସବୁଠୁ ବଡ଼ କଥା ହେଉଛି 2005ରେ ମଧ୍ୟ କ୍ୟାସ ଫର କ୍ବେରୀ ପ୍ରସଙ୍ଗକୁ ନେଇ ଦେଶର ରାଜନୀତିରେ ବଡ଼ ଧରଣର ହଟଚମଟ ଦେଖିବାକୁ ମିଳିଥିଲା । ସେତବେଳେ ଏହି ମାମଲାରେ 11 ଜଣ ସାସଂଦଙ୍କ ସଦସ୍ୟତା ରଦ୍ଦ ହୋଇଥିଲା । ଏବେ ପ୍ରଶ୍ନ ମହୁଆ ମୈତ୍ରଙ୍କ ବିରୋଧରେ ସମାନ କାର୍ଯ୍ୟାନୁଷ୍ଠାନ ହେବ କି । ୟା ଛଡ଼ା ଏହି ମାମଲାରେ ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ନାଁ ଚର୍ଚ୍ଚାକୁ ଆସିଛି । ଏବେ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ତ ?
ଆହୁରି ପଢନ୍ତୁ ଭାରତ ଖବର...