କର୍ଣ୍ଣାଟକ କଂଗ୍ରେସ ସଭାପତି ତଥା ପୂର୍ବତନ ରାଜ୍ୟ ମନ୍ତ୍ରୀ ଡି.କେ ଶିବକୁମାର ଏହି ଅବସରରେ କହିଛନ୍ତି ଯ, ବିଜୟଶାମୀଙ୍କ ପରେ ଏଣିକି ରାଜ୍ୟରେ କଂଗ୍ରେସ ଜିତିବ। ଆମେ ରାଜ୍ୟରେ କ୍ଷମତାକୁ ଆସୁଛୁ ଏବଂ ବିଜେପି ଆଗକୁ ବନ୍ଦ ହେବାକୁ ଯାଉଛି। ଆମେ ଗର୍ବିତ ଯେ, ସୋନିଆ ଗାନ୍ଧି ରାଜରାସ୍ତାକୁ ଓହ୍ଲାଇଛନ୍ତି।
ନିକଟରେ ହୋଇଥିବା ନିର୍ବାଚନରେ ସୋନିଆ ସ୍ବାସ୍ଥ୍ୟଗତ କାରଣରୁ ନିର୍ବାଚନ ପ୍ରଚାରରେ ଭାଗ ନେଇ ନ ଥିଲେ। ଦୀର୍ଘଦିନ ପରେ ସେ ଦଳର କିଛି ବଡ଼ ଜନସାଧାରଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ପ୍ରାୟ ୫ ମାସ ପର୍ଯ୍ୟନ୍ତ ହେବାକୁ ଥିବା ଭାରତ ଯୋଡୋ ଯାତ୍ରା କନ୍ୟାକୁମାରୀରୁ କାଶ୍ମୀରକୁ ଯିବ। ରାହୁଲ ଏହି ପଦଯାତ୍ରାରେ ୩୫୭୦ କିଲୋମିଟର ଯାତ୍ରା କରିବେ।