ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଞ୍ଚଜଣିଆ ମନ୍ତ୍ରୀଗୋଷ୍ଠୀ ଗଠନ କରିଛନ୍ତି । ଉକ୍ତ ମନ୍ତ୍ରୀଗୋଷ୍ଠୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରବିଶଙ୍କର ପ୍ରସାଦ, ଥାଓ୍ୱର ଚାନ୍ଦ ଗେହଲଟ୍, ଜିତେନ୍ଦ୍ର ସିଂହ ଓ ନରେନ୍ଦ୍ର ତୋମାର ରହିଛନ୍ତି । ଏହି ମନ୍ତ୍ରୀଗୋଷ୍ଠୀ ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳର ବିକାଶ କାର୍ୟ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିବ । ଜମ୍ମୁ କଶ୍ମୀରର ବିକାଶ ପାଇଁ କେନ୍ଦ୍ର ସରକାର ବଡ଼ ପ୍ୟାକେଜ ଘୋଷଣା କରିବାର ଦିନକ ପରେ ପ୍ରଧାନମନ୍ତ୍ରୀ ମୋଦି ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି । ଜମ୍ମୁ-କଶ୍ମୀରରେ ଯୁବବର୍ଗଙ୍କୁ ଉପକୃତ କରିବା ସହ ରାଜସ୍ୱ ଆୟ ବୃଦ୍ଧି କରିବା ଭଳି ପ୍ରକଳ୍ପଗୁଡ଼ିକର ଘୋଷଣା କରିବାକୁ ମୋଦି ସରକାର ଅଣ୍ଟା ଭିଡ଼ିଛନ୍ତି ।
ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପୂର୍ବକ ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାହାର ଏବଂ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ ପରିପ୍ରେକ୍ଷୀରେ ସେଠାକାର ସ୍ଥିତି ଉପରେ ମନ୍ତ୍ରୀ ଗୋଷ୍ଠୀ କାର୍ୟ୍ୟ କରିବ । ବିଶେଷ କରି ଉଭୟ ଜମ୍ମୁ କଶ୍ମୀର ଓ ଲଦାଖର ବିଭିନ୍ନ କ୍ଷେତ୍ରରେ ଉନ୍ନୟନ କାର୍ୟ୍ୟ କରିବା ସହିତ ଅର୍ଥନୈତିକ ଓ ସାମାଜିକ ଉନ୍ନତି ଦିଗରେ ନାନା ପଦକ୍ଷେପ ଗ୍ରହଣ ଦିଗରେ ଏହା ଦୃଷ୍ଟି ଦେବ । ସେପ୍ଟେମ୍ୱର ପ୍ରଥମ ସପ୍ତାହରେ ମନ୍ତ୍ରୀ ଗୋଷ୍ଠୀ ପ୍ରଥମ ବୈଠକ ଅନୁଷ୍ଠିତ ହେବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି । ସୂଚନା ଅନୁସାରେ ମଙ୍ଗଳବାର ୧୫ଟି ମନ୍ତ୍ରଣାଳୟ ଓ ବିଭାଗୀୟ ସଚିବମାନ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଜମ୍ମୁ କଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ ପ୍ରକ୍ରିୟା ସମ୍ପାଦନ କରିବା ଉପରେ ଆଲୋଚନା କରିଥିଲେ ।
ଏଥିସହ ରାଜ୍ୟ ପୁନର୍ଗଠନ ପରେ ଯଥାସମ୍ଭବ ସ୍ଥିତି ସ୍ୱାଭାବିକ ରଖାଯିବ ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଓ ପଦକ୍ଷେପ ଜାମ୍ମୁ କାଶ୍ମୀରରେ କାର୍ୟ୍ୟକାରୀ କରିବା ସମ୍ୱନ୍ଧରେ ବୈଠକରେ ଆଲୋଚନା ହୋଇଥିଲା । ବିକାଶ କାର୍ୟ୍ୟକ୍ରମ ତଥା ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ସମ୍ପତ୍ତି ଆବଣ୍ଟନ ବୈଠକରେ ଆଲୋଚନାର କେନ୍ଦ୍ରବିନ୍ଦୁ ଥିଲା । ଶୀତ ପୂର୍ବରୁ ଲଦାଖରେ ଆତ୍ୟାବଶ୍ୟକୀୟ ସାମଗ୍ରୀ ଗଚ୍ଛିତ ରଖିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା । ଉଲ୍ଲେଖ ଯେ ଗତମାସରେ ସଂସଦରେ ଗୃହୀତ ହୋଇଥିବା ଜମ୍ମୁ କଶ୍ମୀର ପୁନର୍ଗଠନ ବିଧେୟକ ୨୦୧୯ ଅନୁସାରେ ଗଠିତ ଏହି ଦୁଇ କେନ୍ଦ୍ରଶାସିତ ଅଞ୍ଚଳ ଆସନ୍ତା ଅକ୍ଟୋବର ୩୧ରେ ପୂର୍ଣ୍ଣାଙ୍ଗ ରୂପ ନେବ ।
ଅର୍ଗସ ବ୍ୟୁରୋ: ଇସ୍ରୋର ମିଶନ ମଙ୍ଗଳଯାନ-୨ । ୯ ବର୍ଷ ପରେ ପୁଣି ଥରେ ମଙ୍ଗଳକୁ ମହାକାଶ ଯାନ ପଠାଇବାକୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ମଙ୍ଗଳ ଗ୍ରହ ପୃଥିବୀର ସବୁଠୁ ନିକଟତମ ଗ୍ରହ ହୋଇଥିବା ବେଳେ ପୃଥିବୀ ସହ ଏହାର ଅନେକ ସାମଞ୍ଜସ୍ୟ ରହୁଛି । ତେଣୁ ଏହି ଲାଲ ଗ୍ରହରେ ଅଧିକ ଗବେଷଣା ପାଇଁ ପୁଣି ଥରେ ମିଶନ ପଠାଇବାକୁ ଅଣ୍ଟା ଭିଡିଛି ଇସ୍ରୋ । ମଙ୍ଗଳଯାନ-୨ରେ ରହିବ ୪ଟି ପେ ଲୋଡ୍ । ଏହି ମିଶନ ଜରିଆରେ ମଙ୍ଗଳ ଗ୍ରହର ଧୂଳିକଣା, ବାତାବରଣ ଓ ପରିବେଶ ସମ୍ପର୍କରେ ଅଧ୍ୟୟନ କରାଯିବ ।
ମଙ୍ଗଳରେ ମଣିଷ ବସବାସ କରିବା ସମ୍ଭବ କି ନୁହେଁ ତାହା ଉପରେ ଅଧ୍ୟୟନ କରିବ ଇସ୍ରୋ । ତେବେ ୨୦୧୪ ମସିହା ସେପ୍ଟେମ୍ବର ୨୪ ତାରିଖରେ ପ୍ରଥମ ପ୍ରୟାସରେ ମଙ୍ଗଳର କକ୍ଷ ପଥରେ ପ୍ରବେଶ କରି ଇତିହାସ ରଚିଥିଲା ଭାରତ । ଚତୁର୍ଥ ଦେଶ ଭାବେ ମଙ୍ଗଳକୁ ମିଶନ ପଠାଇବାରେ ସଫଳ ହୋଇଥିଲା ଭାରତ । ଏବେ ପୁଣିଥରେ ମଙ୍ଗଳରେ ନୂଆ ଇତିହାସ ଲେଖିବାକୁ ଯାଉଛି ଇସ୍ରୋ ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଅଯୋଧ୍ୟାରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ରାମ ମନ୍ଦିର ନିର୍ମାଣ କାର୍ଯ୍ୟ । ପ୍ରାଣ ପ୍ରତିଷ୍ଠା ମହୋତ୍ସବ ପାଇଁ ଚଳଚଞ୍ଚଳ ଅଯୋଧ୍ୟା । ଏହାରି ମଧ୍ୟରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିଛି ରାଜସ୍ଥାନର ମାଉଣ୍ଟଆବୁ ଠାରେ ନିର୍ମିତ ହୋଇଥିବା ଶ୍ରୀ ରାମ ସ୍ତମ୍ଭ । ଏହି ରାମ ସ୍ତମ୍ଭରେ ରାମାୟଣର ବିଭିନ୍ନ ପ୍ରସଙ୍ଗକୁ ସ୍ଥାନୀୟ ଭାଷାରେ ଲିପିବଦ୍ଧ କରାଯାଇଛି ।
ଶ୍ରୀ ରାମ ଗମନ ମାର୍ଗରେ ଲାଲ ପଥରରେ ନିର୍ମିତ ଏହି ରାମ ସ୍ତମ୍ଭକୁ ପ୍ରତିଷ୍ଠା କରାଯିବ । ଅଯୋଧ୍ୟା ଠାରୁ ରମେଶ୍ବରମ୍ ପର୍ଯ୍ୟନ୍ତ ବନବାସ କାଳରେ ଶ୍ରାରୀମଙ୍କ ପାଦ ଯେଉଁଠାରେ ବି ପଡ଼ିଛି ସେଠାରେ ଶ୍ରୀ ରାମ ସ୍ତମ୍ଭ ସ୍ଥାପନ କରାଯିବ । ପ୍ରାୟ 2 ହଜାର 500 କିଲୋମିଟର ଲମ୍ବା ଜଙ୍ଗଲ ଯାତ୍ରା ମାର୍ଗରେ ଶ୍ରୀ ରାମ ସ୍ତମ୍ଭ ସ୍ଥାପନ ପାଇଁ 290 ସ୍ଥାନ ଚିହ୍ନଟ କରାଯାଇଛି ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଆଜି ଶେଷ ହୋଇପାରେ ବିଧାନସଭା ମୌସୁମୀ ଅଧିବେଶନ। ଆସନ୍ତାକାଲି କୌଣସି ସରକାରୀ କାର୍ଯ୍ୟ ଦିବସ ନଥିବାରୁ ଆଜି ଗୃହକାର୍ଯ୍ୟ ଶେଷ ହେବା ନେଇ ଅନୁମାନ କରାଯାଉଛି । ତେବେ ଆଜି ବି କମ୍ପିବ ବିଧାନସଭା । ଆସିବ ବ୍ୟୟ ମଞ୍ଜୁରୀ ବିଲ୍ । ଅତିରିକ୍ତ ବଜେଟ୍କୁ ଗୃହର ମଞ୍ଜୁରୀ ମିଳିବ। ସିଏଜି ରିପୋର୍ଟ ମଧ୍ୟ ଉପସ୍ଥାପନା ହୋଇପାରେ । ବିଜେପିର ନିଲମ୍ବିତ ଦୁଇ ବିଧାୟକଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ଦାବିରେ ବିଜେପି ଗୃହକୁ ଅଚଳ କରିପାରେ।
ଆଜି ପ୍ରଶ୍ନକାଳରେ ପଞ୍ଚାୟତ ରାଜ, ଗ୍ରାମ୍ୟ ଉନ୍ନୟନ, ଗୃହ ନିର୍ମାଣ ନଗର ଉନ୍ନୟନ, ଜଙ୍ଗଲ ପରିବେଶ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ସୂଚନା ଓ ଲୋକସମ୍ପର୍କ ବିଭାଗ ରହିଛି। ବିଧାନସଭା କାର୍ଯ୍ୟସୂଚୀ ଅନୁସାରେ ୪ତାରିଖରେ ଶେଷ ହେବାକୁ ଥିବା ବେଳେ କୌଣସି ସରକାରୀ କାର୍ଯ୍ୟ ଦିବସ ନଥିବାରୁ ଆଜି ଶେଷ ହେବା ନେଇ ଅନୁମାନ କରାଯାଉଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: