ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ତେଲଙ୍ଗାନା ନାଲଗୋଣ୍ଡା ଜିଲ୍ଲାରେ। ରବିବାର ଇନ୍ଦୁଗୁଲା ପଞ୍ଚାୟତର ମାଲାଗୁଡେମ ଗ୍ରାମର ପାଞ୍ଚ ଭଉଣୀ ରାଖୀଙ୍କୁ ନିଜ ମୃତ ଭାଇଙ୍କ ହାତରେ ବାନ୍ଧିବାର ଦୃଶ୍ୟ ଥିଲା ହୃଦୟବିଦାରକ।
ରବିବାର ଚିନ୍ତାପଲ୍ଲୀ ଲକ୍ଷ୍ମୀୟାଙ୍କ ଘରକୁ ତାଙ୍କ ପାଞ୍ଚ ଭଉଣୀ ବିଭିନ୍ନ ଗ୍ରାମରୁ ଆସି ପହଞ୍ଚିଥିଲେ। ଭାଇ ହାତରେ ରାକ୍ଷୀ ବାନ୍ଧି ଦିନକଟାକୁ କାଟି ଦେବାକୁ ସେମାନେ ଭାବିଥିଲେ କିନ୍ତୁ ହେଲା ଓଲଟା।
ସନ୍ଧ୍ୟାରେ ହଠାତ୍ ଲକ୍ଷ୍ମୀୟା(୫୯)ଙ୍କ ଅବସ୍ଥା ଅସୁସ୍ଥ ହୋଇପଡିଲା। ଆଉ ଦେଖୁ ଦେଖୁ ସେ ଆଖି ବୁଜିଲେ। ପୂରା ପରିବେଶରେ ଦୁଃଖର ଛାୟା ଖେଳିଗଲା କିନ୍ତୁ ଭଉଣୀମାନେ ନିଜ ଭାଇ ପାଇଁ ଆଣିଥିବା ରାକ୍ଷୀ ଭାଇର ମୃତଦେହ ହାତରେ ବାନ୍ଧିଦେଇଥିଲେ, ଆଉ କହିଥିଲେ ଏମିତି ଦୁଭାଗ୍ୟ କୋଉ ଭଉଣୀର ନ ହେଉ।