ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୨ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଏଥି ମଧ୍ୟରୁ ୫୧ ଜଣ ବନ୍ୟା ଯୋଗୁଁ ଓ ଆଉ ୧୧ ଜଣ ଭୂସ୍ଖଳନ ଯୋଗୁଁ ପ୍ରାଣ ହରାଇଛନ୍ତି । ରାଜ୍ୟର ୩୨ ଜିଲ୍ଲାରେ ୪ ହଜାର ୨୯୧ ଗାଁରେ ୩୦ ଲକ୍ଷରୁ ଅଧିକ ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି । ଆସାମର ମୁଖ୍ୟ ନଦୀ ବ୍ରହ୍ମପୁତ୍ର ଓ ତା’ର ସହାୟକ ନଦୀରେ ଜଳସ୍ତର ବଢ଼ି ୪୦୦୦ରୁ ଅଧିକ ଗାଁରେ ପସିଛି ।
ଆସାମରେ ବନ୍ୟା ବିଭୀଷିକା, ଜଳମଗ୍ନ 4 ହଜାରରୁ ଉର୍ଦ୍ଧ୍ୱ ଗାଁ
ଅର୍ଗସ ବ୍ୟୁରୋ: ଆସାମରେ ବନ୍ୟା ବିଭୀଷିକା । ଚାରିଆଡେ ହାହାକାର ସ୍ଥିତି । ବନ୍ୟା ଯୋଗୁଁ ପାଣି ଘେରରେ ଫସିଛି ଲକ୍ଷ ଲକ୍ଷ ଜୀବନ । ଗତ ୨୪ ଘଣ୍ଟାରେ ବନ୍ୟା ଓ ଭୂସ୍ଖଳନରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ସୂଚନା ଦେଇଛନ୍ତି । ଏହି ୮ ଜଣଙ୍କ ମଧ୍ୟରୁ କରିମଗଞ୍ଜରୁ ୨ଜଣ ଏବଂ ହୌଲକାଣ୍ଡି ଜିଲ୍ଲାରେ ଭୂସ୍କଳନରେ ଜଣେ ଜୀବନ୍ତ ପୋତି ହୋଇଯିବା ଫଳରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ପାଣିରେ ବୁଡି ଅନ୍ୟ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।
ଚଳିତ ବର୍ଷ ବାତ୍ୟା ଆଶଙ୍କା ଅଧିକ: ପାଣିପାଗ ବିଭାଗ

ଅର୍ଗସ୍ ବ୍ୟୁରୋ : ଏ ବର୍ଷ ବାତ୍ୟା ଆଶଙ୍କା ଅଧିକ। ଏପରିକି ଚଳିତ ବର୍ଷ ଅଧିକ ବାତ୍ୟା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ୨୦୨୦ରୁ ଆରମ୍ଭ ହୋଇଥିବା ଲା-ନିନୋର ପ୍ରଭାବ ଚଳିତ ବର୍ଷ ମଧ୍ୟ ଜାରି ରହିଛି । ଯାହାର ପ୍ରଭାବରେ ଚଳିତ ବର୍ଷ ବାତ୍ୟାର ଆଶଙ୍କା ଅଧିକ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ।
ଲା-ନିନୋ ଥଣ୍ତା ସାମୁଦ୍ରିକ ଜଳକୁ କୁହାଯାଏ
Download Argus News App
