ତେବେ ଚଳିତ ବର୍ଷ ବଜେଟ ରେ ୭ ପ୍ରସଙ୍ଗକୁ ପ୍ରାଥମିକତା ଦିଆଯାଇଛି। ୧୫୭ ମେଡିକାଲ କଲେଜରେ ୧୫୭ ନର୍ସିଂ କଲେଜ ସ୍ଥାପନ ହେବ। ଶିକ୍ଷକମାନଙ୍କୁ ଗୁଣାତ୍ମକ ଶିକ୍ଷା ନେଇ ଟ୍ରେନିଂ ଦିଆଯିବ। ଚାଷୀ, ମହିଳା, ଓବିସି, SC/ST, ବଞ୍ଚିତ ସମସ୍ତଙ୍କ ବିକାଶ ପାଇଁ ବଜେଟ ପ୍ରସ୍ତୁତ ହୋଇଛି। ମିଲେଟକୁ ପ୍ରୋତ୍ସାହନ ପାଇଁ ଏହା ନାମକରଣ ହୋଇଛି।
ଯାହାର ନାଁ ଦିଆଯାଇଛି ଶ୍ରୀଅନ୍ନ। ଶ୍ରୀଅନ୍ନ ଉତ୍ପାଦନ କ୍ଷେତ୍ରରେ ଭାରତ ନଂ୧ ଓ ରପ୍ତାନୀରେ ୨ ନମ୍ବର। କୃଷି ଋଣ ଓ ପ୍ରୋତ୍ସାହନ ପାଇଁ ୨୦ ଲକ୍ଷ କୋଟି ବ୍ୟବସ୍ଥା ରହିବ। ଡିଜିଟାଲ ବୃଦ୍ଧି କରାଯିବ। KYC ପ୍ରକ୍ରିୟା ସରଳ କରାଯିବ। କୃଷକଙ୍କ ଋଣ ଛାଡ ଜାରି ରହିବ। ବର୍ଷେ ଯାଏ ୮୦ କୋଟି ଲୋକଙ୍କୁ ମାଗଣା ଖାଦ୍ୟ ଦିଆଯିବ।