୨୦୧୯ରେ ସେ ତାଲିକାର ୩୪ତମ, ୨୦୨୦ରେ ୪୧ତମ ଏବଂ ୨୦୨୧ରେ ୩୭ତମ ସ୍ଥାନରେ ଥିଲେ।ବିଶ୍ୱର ସବୁଠୁ ପ୍ରଭାବଶଳୀ ମହିଳାଙ୍କ ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି ୟୁରୋପୀୟ ସଂଘର ମୁଖ୍ୟ ଉର୍ସୁଲା ଭାନ୍ ଡେର୍ ଲେୟେନ୍।ଏହି ତାଲିକାରେ ବାୟୋକନର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷା କିରଣ ମଜୁମଦାର ସ’ ଏବଂ ନାଏକାର ସିଇଓ ଫାଲଗୁନି ନାୟାର, ଏଚସିଏଲ ଟେକ୍ନୋଲୋଜିସର ଅଧ୍ୟକ୍ଷା ରୋଶନି ନାଦାର ମଲହୋତ୍ରା, ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡର ମୁଖ୍ୟ ମାଧବୀ ପୁରୀ ବୁଚ୍ ଏବଂ ସରକାରୀ ଇସ୍ପାତ କଂପାନି ସେଲର ଅଧ୍ୟକ୍ଷା ସୋମା ମଣ୍ଡଳଙ୍କ ନାମ ମଧ୍ୟ ରହିଛି।
ଭାରତ ଖବର ଆହୁରି ପଢ଼ନ୍ତୁ ।
ବିଶ୍ୱର ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକା, ପଞ୍ଚମ ଥର ପାଇଁ ସ୍ଥାନ ପାଇଛନ୍ତି ନିର୍ମଳା ସୀତାରମଣ

ଅର୍ଗସ ବ୍ୟୁରୋ: ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ ୩୬ତମ ସ୍ଥାନରେ ରହିଛନ୍ତି। ଫୋବର୍ସ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ବିଶ୍ୱର ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକା ପ୍ରକାଶ ପାଇଛି। ଏଥିରେ ଲଗାତାର ପଞ୍ଚମ ଥର ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ଥାନ ପାଇଛନ୍ତି।ଏଥିପାଇଁ ନିର୍ମଳାଙ୍କୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ପବ ଅଭିନନ୍ଦନ ଜଣାଇଛନ୍ତି।
Download Argus News App
