ଅଶ୍ୱନୀ- ରୋଜଗାର ସମସ୍ୟା ସୁଧୁରି ଯିବ । ପରିଶ୍ରମୀ ନ ହେଲେ ବ୍ୟବସାୟକୁ ରକ୍ଷା କରିବା କାଠିକର ପାଠ ହେବ ।
ଦ୍ୱିଜା- ଯାହା ମନରରେ ଆଶାବାନ୍ଧି ବସିଛନ୍ତି ଆଜି ତାହା ଅବଶ୍ୟ ପାଇବେ। ଧୈର୍ୟ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତ, ଅବଶ୍ୟ ଅପକୃତ ହେବେ।ପୁରୁଣା କଥାକୁ ନେଇ ବ୍ୟସ୍ତ ରହିବେ ।
କୃତିକା- ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । କଳା, ସାହିତ୍ୟ, ସାମ୍ବାଦିକତା, ସଭା ସମିତି ଓ ମନୋରନରେ ଆଗ୍ରହୀ ହେବେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – କୈାଣସି ଛୋଟା ଲୋକଙ୍କୁ କିଛି ସାହାର୍ଯ୍ୟ କରନ୍ତୁ
ବୃଷ-
କୃତିକା- ବହୁ ଦିନରୁ ଚିନ୍ତା କରିଥିବା ଯୋଜନାଟିକୁ କାଯର୍ୟକାରୀ କରିବା ସକାଶେ ମନ ବଳାଇ ପାରନ୍ତି। ଯେଉଁ କଥା ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ। ଶାରୀରିକ ପୀଡା ଭୋଗିପାରନ୍ତି ।
ରୋହିଣୀ- ପୂର୍ବ ଶତ୍ରୁତା କେନ୍ଦ୍ର କରି ହଠାତ୍ ସମସ୍ୟା ଭିତରକୁ ଟାଣି ହୋଇ ପାରନ୍ତି। କର୍ମ କ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ,
ମୃଗଶିରା- ଆୟ ବଢାଇ ଖୁସି ହେବେ । ଗୃହ କାର୍ଯ୍ୟରେ ଆଗ୍ରହ ବଢିବ । ନୂଆ ଜିନିଷ କିଣିବା ଆଗରୁ ପୁରୁଣା ଜିନିଷର ଉପେଯ୍ଧଜ୍ଞ କରନ୍ତୁ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମହାଲକ୍ଷ୍ମୀଙ୍କର ମନ୍ତ୍ର ପାଠ କରନ୍ତୁ
ମିଥୁନ-
ମୃଗଶିରା- ବ୍ୟବସାୟରେ ଆଶାତିତ ଲାଭ କରି କିଛି ନୂତନ ପଦାର୍ଥ ସଂଗ୍ରହ କରିପାରନ୍ତି । କର୍ତ୍ତବ୍ୟ ପରାୟଣତା ପ୍ରଦର୍ଶନ କରି ଉପରିସ୍ଥଙ୍କ ଶ୍ରଦ୍ଧାର ପାତ୍ର ହେବେ ।
ଆଦ୍ରା- ସମ୍ମାନର ସହିତ ଦିନ ଚର୍ଯ୍ୟା କରି ଚଳିବାରେ ବାଧା ଉପୁଜିବ ନାହିଁ । ସମାଜ ସେବା ଓ ରାଜନୀତିରେ ସ୍ୱନାମ ଅର୍ଜନ କରିବେ ।
ପୁନର୍ବସୁ- କୋର୍ଟ କଚେରୀ ମାମଲାରେ ସମ୍ଭାଳି କରି କାର୍ଯ୍ୟ କରିବାକୁ ପଡିବ । ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
କର୍କଟ-
ପୁନର୍ବସୁ- ପରିବାର ମଧ୍ୟରେ ଛୋଟ କଥାକୁ ଧରି ବସନ୍ତୁ ନାହିଁ, ଯାହାକି ସମସ୍ୟା ସୃଷ୍ଟି କରିବ। ବ୍ୟବସାୟର ଅର୍ଥକୁ କୈାଣସି ଅନ୍ୟ ଏକ ଉଦ୍ଦେଶ୍ୟରେ ସେହି ଟଙ୍କାକୁ ବିନିଯୋଗ କରିପାରନ୍ତି।
ପୁଷ୍ୟା- ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ ତଥାପି ବାକ୍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ।ହଠାତ୍ ଜରୁରୀ ଖବର ପାଇ ଖୁସି ହେବେ ।
ଅଶ୍ଳେଷା- ଦୂରଯାତ୍ରାରେ କ୍ଲାନ୍ତ ଅନୁଭବ କରିବେ । ମହିଳାମାନେ ସାମାନ୍ୟ ବିବ୍ରତ ହୋଇପାରନ୍ତି । ଭୋଜନ ଆଦିରେ ତୁପ୍ତ ହେବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଧଳା ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ସିଂହ-
ମଘା- ସଠିକ୍ ବୁଝାମଣା ମାଧ୍ୟମରେ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ। ଉଦର ବ୍ୟଥା ଭୋଗିପାରନ୍ତି ।
ପୂ- ଫାଲ୍ଗୁନୀ- ଭୁଲ୍ ବୁଝାମଣା ହେତୁ ଟିକିଏ ଟିକିଏ କଥାରେ କଳହ ଲାଗିପାରେ। ଅନ୍ୟାୟର ପ୍ରତିରୋଧ କରିବେ ।
ଉ- ଫାଲ୍ଗୁନୀ- ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବା କାରଣରୁ ଦୁଃଖ ପ୍ରକାଶ କରିପାରନ୍ତି। ଜମିଜମା କ୍ରୟ ବିକ୍ରୟ କ୍ଷେତ୍ରରେ ଉନ୍ନତ ମାନର ଫଳ ମିଳିବ। ଦୁର୍ଘଟଣାରେ ପଡିପାରନ୍ତି ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଘରର ବଡ ଲୋକ ମାନଙ୍କଠାରୁ ଆର୍ଶିବାଦ ନେଇ କର୍ମ ଆରମ୍ଭ କରନ୍ତୁ
କନ୍ୟା-
ଉ- ଫାଲ୍ଗୁନୀ- ପ୍ରେମିକ ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ । ସ୍ୱଜନ ଓ ମିତ୍ରଙ୍କ ଠାରୁ ପୂର୍ଣ୍ଣ ସହଯୋଗ ମିଳିବ ।
ହସ୍ତା- ମନୋରଞ୍ଜନ କରିବା ପାଇଁ ସମୟ ମିଳିବ । ଶତୃମାନେ ଦୂରେଇ ଯିବେ ଓ ସରକାରୀ କ୍ଷେତ୍ରରେ ସଫଳତା ପାଇବେ ।
ଚିତ୍ରା- ଜାଗ. ଜମି, କ୍ଷେତ୍ରରେ ଅନେକ ଦିନ ଧରି ଚାଲିଥିବା ଦ୍ୱନ୍ଦର ସମାଧାନ ହୋଇଯିବ । ନୂତନ କାମ କିଛି ଆରମ୍ଭ କଲେ ବିପଦରେ ପଡିପାରନ୍ତି ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ତୁଳା-
ଚିତ୍ରା- ସଞ୍ଚୟ କମ୍ ଓ ଖର୍ଚ୍ଚ ଅଧିକ ହେବ । କର୍ମ କ୍ଷେତ୍ରରେ ମନାନ୍ତର ଘଟିପାରେ । ପରିକଳ୍ପନା ଅନୁଯାୟୀ କାର୍ଯ୍ୟ କରିବେ ।
ସ୍ୱାତୀ- ରାଜନୀତିରେ ଶ୍ରେଷ୍ଠ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବା ଦ୍ୱାରା ଶୁଭ ସମ୍ବାଦ ପାଇ ଉତ୍ସାହିତ ହେବେ । ଆନୁଷ୍ଠାନୁକ କ୍ଷେତ୍ରରେ ପ୍ରତିବନ୍ଧକ ହେତୁ କାମ ସମ୍ପନ୍ନ କଷ୍ଟକର ହେବ ।
ବିଶାଖା- ହଠାତ୍ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ପାରନ୍ତି । ଚାହୁଁ ଥିବା ସହାୟତା ପାଇପାରିବେ । ଘରର ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶ୍ରୀ କମଳାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ବିଛା-
ବିଶାଖା- ବ୍ୟବସାୟ ବୃଦ୍ଧିହେବା ଫଳରେ ଅଧିକ ଧାଁ ଦୌଡ ହେଲେ ଲାଭ ମିଳିବ । ମାନସିକ ଚିନ୍ତା ଦୂରେଇ ଯିବ ।
ଅନୁରାଧା-ଚାକିରୀରେ ଆତଙ୍କିତ ହୋଇପାରନ୍ତି । ପ୍ରତିଯୋଗିତାରେ ସଫଳ ହେବେ । ରାଜନୀତିରେ ନୂତନ ପଦକ୍ଷପ ନେବେ ।
ଜ୍ୟୋଷ୍ଠା- ଯାନବାହାନ କ୍ରୟ ବିକ୍ରୟ କରିପାରନ୍ତି । ମାଲିମୋକଦ୍ଦମାରେ ବିଜୟୀ ହେବେ । ପୈତୃକ ସମ୍ପତି କୁ ନେଇ ପାରିବାରିକ ଦ୍ୱନ୍ଦ ଲାଗିପାରେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ସିନ୍ଧୁର ଟିକା ମସ୍ତକରେ ଲଗାଇ ଘରୁ ବାହାରନ୍ତୁ
ଧନୁ-
ମୂଳା- କଠିନ ପରିଶ୍ରମ କରିବା ଫଳରେ ବ୍ୟବସାୟରେ ଅର୍ଥ ପ୍ରାପ୍ତିର ସୁଯୋଗ ଆସିବ । ଉପରିସ୍ଥ କର୍ମଚାରୀଙ୍କ ପ୍ରିୟ ଭାଜନ ହେବେ ।
ପୂ, ଷାଢା- ଶିକ୍ଷା କ୍ଷେତ୍ରରେ ସଫଳ ହେବେ । କୌଣସି ରୋଚକ ବା ଜ୍ଞାନ ବର୍ଦ୍ଧକ ସାହିତ୍ୟ ପ୍ରତି ମନ ବଳାଇ ପାରନ୍ତି । ଆଧ୍ୟାତ୍ମିକ ଓ ଧର୍ମ କାର୍ଯ୍ୟରେ ମନ ବଳାଇ ପାରନ୍ତି ।
ଉ, ଷାଢା- ଚେଷ୍ଟା ସାର୍ଥକ ହେଲେ ମଧ୍ୟ ଭବିଷ୍ୟତ ଚିନ୍ତା ରହିବ । ସତର୍କ ରହିବା ଦ୍ୱାରା ଲାଭବାନ ହେବେ । ପରିବହନରେ ସମସ୍ୟା ଦୂର ହେବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ତାରାଙ୍କର ପୂଜାର୍ଚ୍ଚନା କରନ୍ତୁ
ମକର
ଉ, ଷାଢା- ଘରୋଇ ସମସ୍ୟା ମଧ୍ୟରେ ଅଣନିଃଶ୍ୱାସୀ ହୋଇ ଏକ ପ୍ରକାର ବ୍ୟତିବ୍ୟସ୍ତ ହୋଇପାରନ୍ତି । ପୂର୍ବ ଯୋଜନା ଅନୁଯାୟୀ କାମ କଲେ କିଛିଟା ସଫଳତା ପାଇବେ ।
ଶ୍ରବଣା- କେତେକ ଗୁରୁତ୍ୱ ପୂର୍ଣ୍ଣ କାମ ଅଟକି ରହିଥିବାରୁ ସେହି କଥା ଭାବି ଅନ୍ୟମନସ୍କ ରହିପାରନ୍ତି । ପଡୋଶୀଙ୍କ ସହିତ ସାମାନ୍ୟ କାରଣରୁ ସମ୍ପର୍କ ହାନି ଘଟିପାରେ ।
ଧନିଷ୍ଠା- ମାଲିମୋକଦ୍ଦମା ଓ ଆନିଷ୍ଠାନିକ କର୍ମରେ ସମସ୍ୟା ଲାଗି ରହିବ । ସମସ୍ତ କାର୍ଯ୍ୟରେ ସଫଳତା ମିଳିବା ସହ ଶତୃମାନେ ଦୁର୍ବଳ ହେବେ ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ପିମ୍ପୁଡ଼ିକୁ ମଇଦା ଖାଇବାକୁ ଦିଅନ୍ତୁ
କୁମ୍ଭ
ଧନିଷ୍ଠା- ଦାମ୍ପତ୍ୟ ସୁଖରେ ସନ୍ତୋଷ ରହିବ । ସ୍ୱାସ୍ଥ୍ୟରେ ପରିବର୍ତ୍ତନ ହେତୁ ମନ ପ୍ରସନ୍ନ ରହିବ । ପରିବାର ଲୋକଙ୍କ ସହିତ ସମୟ ଆନନ୍ଦରେ କଟିବ ।
ଶତଭିଷା- ସହଜ ସରଳରେ କର୍ମ ନିଯୁକ୍ତି ପାଇବେ । ନୂତନ ସମ୍ପର୍କ ଭବିଷ୍ୟତ ପାଇଁ ଲାଭଦାୟକ ହେବ । ନିଜର ମନ ପସନ୍ଦର ଖାଦ୍ୟ ଖାଇବେ ।
ପୂ, ଭାଦ୍ରପଦ- ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଦ୍ୱନ୍ଦର ସମ୍ମୁଖୀନ ହେବାକୁ ପଡିପାରେ । ନିଜର ଜମିବାଡି ବିକ୍ରୟ କରି ପାଇଥିବା ଅର୍ଥ କୁ ଅନ୍ୟ କୌଣସି ସଂସ୍ଥାରେ ନିବେଶ କରିପାରନ୍ତି ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ
ମୀନ
ପୂ, ଭାଦ୍ରପଦ- ପରିବାରରେ ଓ କୁଟୁମ୍ବରେ କୌଣସି କାର୍ଯରେ ଦାୟିତ୍ୱ ନେଇ ଧାଁ ଦୌଡ କରିବା ଫଳରେ ପ୍ରଶଂସା ପାଇବେ । କର୍ମ କ୍ଷେତ୍ରରେ ନିଜର ମାନ ସମ୍ମାନ ବୃଦ୍ଧି ପାଇବ ।
ଉ, ଭାଦ୍ରପଦ-ଛାତ୍ରଛାତ୍ରୀ ମାନେ ଅଧ୍ୟୟନରେ ସୁନାମ ଅର୍ଜନ କରିବେ । ରାଜନୀତି କ୍ଷେତ୍ରରେ ବହୁତ ଦିନରୁ ଚିନ୍ତା କରୁଥିବା କାମ ଅଳ୍ପ ପ୍ରୟାସରେ ହୋଇଯିବ ।
ରେବତୀ- ସମ୍ପତି ସମ୍ବନ୍ଧିତ ଶୁଭ ସମାଚାର ଶୁଣିବାକୁ ପଡିପାରେ । ସରକାରୀ ଚାକିରୀଆଙ୍କୁ ଇଚ୍ଛିତସ୍ଥାନରେ ସ୍ଥାନାନ୍ତର ସହଜ ସରଳରେ ହୋଇଯିବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ଶ୍ରୀ କୃଷ୍ଣଙ୍କର ପୂଜାର୍ଚ୍ଚନା କରନ୍ତୁ