ସେଥିମଧ୍ୟରୁ ଗୋଟିଏ ହେଉଛି ସ୍ତ୍ରୀଙ୍କ ଜନ୍ମଦିନ ଭୁଲିଯିବା। ଯଦି କୌଣସି ବ୍ୟକ୍ତି ସ୍ତ୍ରୀଙ୍କ ଜନ୍ମ ଦିନ ଭୁଲିଯାଇଥାନ୍ତି ତେବେ ତାଙ୍କୁ କଠୋର ଦଣ୍ଡ ଦିଆଯାଇଥାଏ। ସ୍ତ୍ରୀଙ୍କ ଜନ୍ମ ଦିନ ଭୁଲିବା ଏକ ବଡ ଅପରାଧ ବୋଲି ଏହି ଦେଶରେ ବିବେଚନା କରାଯାଇଥାଏ। ଏଥିସହିତ ଉକ୍ତ ବ୍ୟକ୍ତିଙ୍କୁ ଜରିମାନା ମଧ୍ୟ ଦେବାକୁ ପଡିଥାଏ। ପ୍ରଥମ ଥର ଯଦି ସ୍ତ୍ରୀ ଙ୍କର ଜନ୍ମ ଦିନ ଭୁଲିଯାଇଛନ୍ତି ତେବେ ଖାଲି ଓ୍ୱାର୍ଣ୍ଣିଂ ଦେଇ ଛଡାଯାଇଥାଏ। କିନ୍ତୁ ଏହା ପରେ ଯଦି ବ୍ୟକ୍ତି ଜଣଙ୍କ ସ୍ତ୍ରୀଙ୍କ ଜନ୍ମଦିନ ମନେ ନ ରଖନ୍ତି ତେବେ ତାଙ୍କୁ ଜରିମାନା କିମ୍ବା ଜେଲ୍ ଦଣ୍ଢ ଭୋଗିବାକୁ ପଡିଥାଏ। ସ୍ତ୍ରୀ ଅଭିଯୋଗ କଲେ ସ୍ୱାମୀଙ୍କୁ ୫ ବର୍ଷ ଜେଲ୍ ହେବାର ନିୟମ ରହିଛି। ଏହି ଅଜବ ନିୟମ ଖାଲି ସାମୋଆ ରେ ରହିନି ଉତ୍ତର କୋରିଆରେ ମଧ୍ୟ ରହିଛି।
ସ୍ତ୍ରୀ ଅଭିଯୋଗ କଲେ ସ୍ୱାମୀଙ୍କୁ ୫ ବର୍ଷ ଜେଲ୍

ନୂଆଦିଲ୍ଲୀ: ସ୍ତ୍ରୀଙ୍କ ଜନ୍ମଦିନ ଭୁଲିଲେ ମିଳିବ ଜେଲଦଣ୍ଡ। ଅନେକ ଲୋକ ବହୁ ସମୟରେ ସ୍ତ୍ରୀଙ୍କର ଜନ୍ମଦିନ ଭୁଲିଯାଇଥାନ୍ତି। କିନ୍ତୁ ଏପରି ଏକ ଦେଶ ଅଛି ଯେଉଁଠି କି ଯଦି ସ୍ୱାମୀ ସ୍ତ୍ରୀଙ୍କର ଜନ୍ମଦିନ ଭୁଲିଯାଇଛନ୍ତି ତାଙ୍କୁ କଡା ସାସ୍ତି ମିଳିଥାଏ। ଏଥିପାଇଁ ସ୍ୱାମୀଙ୍କୁ ଜେଲ୍ ଦଣ୍ଡ ମଧ୍ୟ ଭୋଗିବାକୁ ପଡିଥାଏ। ତେବେ ଏପରି ଏକ ଦେଶ ହେଉଛି ସାମୋଆ। ସୌନ୍ଦର୍ଯ୍ୟ ପାଇଁ ସାରା ବିଶ୍ୱରେ ଜଣାଶୁଣା ଦ୍ୱୀପର ଦେଶ ହେଉଛି ସାମୋଆ। ତେବେ ଏଠି ରହିଛି ଏହି ଅଜବ ନିୟମ। ଏଠାରେ କଠୋର ଆଇନ୍ ପାଳନ କରାଯାଏ।
Download Argus News App
