ବିନା ଭକ୍ତରେ ଗଡିଲା ରୁକୁଣା ରଥ
ଅର୍ଗସ ନ୍ୟୁଜ୍: ବେଙ୍ଗଲର ପୂର୍ବତନ କ୍ରିକେଟର ତଥା ବିଜେପି ନେତା ଅଶୋକ ଦିଣ୍ଡାଙ୍କ ଉପରେ ଆଜି ଟିଏମସି ସମର୍ଥକମାନେ ଆକ୍ରମଣ କରିଛନ୍ତି । ପଶ୍ଚିମବଙ୍ଗ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଥିଲା ପ୍ରଚାରର ଶେଷ ଦିନ । ତେବେ ଡିଣ୍ଡା ଲଢୁଥିବା ମୋୟନା ବିଧାନସଭା ଅଂଚଳରେ ପ୍ରଚାର ସାରି ଫେରୁଥିବା ବେଳେ କିଛି ଜଣ ଦୁର୍ବୁତ୍ତ ତାଙ୍କ ଉପରେ ଆକ୍ରମଣ କରିଥିବା ଡିଣ୍ଡା ଅଭିଯୋଗ କରିଛନ୍ତି ।
ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଅସାମାଜିକ ଯୁବକ ଗାଡି ଭାଙ୍ଗିଦେବା ସହ ତାଙ୍କ ଉପରେ ଆକ୍ରମଣ କରିବା ସହ ତାଙ୍କ ଗାଡି ଉପରକୁ ପଥର ଫିଙ୍ଗିଛନ୍ତି । ଏହି ଆକ୍ରମଣରେ ଡିଣ୍ଡାଙ୍କ ଏସୟୁଭି ଗାଡିର କିଛି ଅଂଶ କ୍ଷତି ଗ୍ରସ୍ତ ହୋଇଥିବା ବେଳେ ଡିଣ୍ଡା ମଧ୍ୟ ଆହତ ହୋଇଛନ୍ତି । ଅନ୍ୟପକ୍ଷରେ ଡିଣ୍ଡାଙ୍କ ଉପରେ ହୋଇଥିବା ଆକ୍ରମଣରେ ଟିଏମସି କର୍ମୀଙ୍କ କୌଣସି ହାତ ନାହିଁ ବୋଲି ଟିଏମସି ନେତା ଅଖିଲ ଗିରି କହିବା ସହ ଡିଣ୍ଡାଙ୍କ ଅଭିଯୋଗକୁ ଭିତ୍ତି ହୀନ ବୋଲି କହିଛନ୍ତି ।