ଏହା ପରେ ପାର୍ଥିବ ଶରୀରକୁ ରାଜୀବ ଭବନ କଂଗ୍ରେସରେ ରଖାଯିବ। ଅପରାହ୍ନ ଗୋଟାଏ ବେଳେ ପରିବାର ଲୋକ ପାର୍ଥିବ ଶରୀର ସହିତ ରାମପୁର ଯିବେ। ସେଠାରେ ସନ୍ଧ୍ୟା 6 ଟାରେ ବିରଭଦ୍ରା ସିଂ ଙ୍କ ପାର୍ଥିବ ଶରୀର ରାମପୁରରେ ପହଞ୍ଚିବ ।
ଜୁଲାଇ 10 ଶନିବାର ଦିନ ମୃତଦେହକୁ ରାମପୁରର ପଦ୍ମ ପ୍ୟାଲେସରେ ସକାଳ ଆଠଟାରୁ ଅପରାହ୍ନ ଦୁଇଟା ପର୍ଯ୍ୟନ୍ତ ରଖାଯିବ ଶେଷ ଦର୍ଶନ ପାଇଁ। ଅପରାହ୍ନ 3 ଟାରେ ରାମପୁରରେ ଅନ୍ତିମ ସଂସ୍କାର କରାଯିବ।
ହିମାଚଳ ପ୍ରଦେଶର ୬ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିରଭଦ୍ରା ସିଂଙ୍କର ଆଜି ସକାଳେ ଦେହାନ୍ତ ହୋଇଛି। ସୂଚନା ଅନୁଯାୟୀ, ବିରଭଦ୍ରଙ୍କ ସକାଳ 3.40 ରେ ମୃତ୍ୟୁ ହୋଇଥିଲା।