ଅଧିକ ଖେଳ ଖବର ପଢ଼ନ୍ତୁ: ସେଞ୍ଚୁରୀ ମାରିବାପରେ ପତ୍ନୀ ଅନୁଷ୍କାଙ୍କ ପ୍ରତି ପ୍ରେମ ବର୍ଷା କଲେ କୋହଲି
ଚଳିତବର୍ଷ ଖେଳାଯିବାକୁ ଥିବା ଏସିଆ କପ ବିଷୟରେ କିଛି ସ୍ପଷ୍ଟ କରାଯାଇନାହିଁ। ଏହି ଟୁର୍ନାମେଣ୍ଟ ପାକିସ୍ତାନ ଦ୍ବାରା ଆୟୋଜିତ ହେଉଛି। କିନ୍ତୁ ଭାରତୀୟ ଦଳ ଏସିଆ କପ ୨୦୨୩ ପାଇଁ ପାକିସ୍ତାନ ଗସ୍ତ କରିବ ନାହିଁ ବୋଲି କ୍ରିକେଟ ବୋଡ ଅଫ ଇଣ୍ଡିଆ ବିସିସିଆଇର ସେକ୍ରେଟାରୀ ଜୟ ଶାହା ସ୍ପଷ୍ଟ କରିସାରିଛନ୍ତି। ବିସିସିଆଇର ଏହି ମନୋଭାବ ପରେ ଏସିଆ କପ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇପାରେ। ତେବେ ପିସିବି ନିଜେ ପାକିସ୍ତାନରେ ଏସିଆ କପ ଆୟୋଜନ କରିବାକୁ ଜିଦ ଧରିଛି। ଏହି ସମୟରେ ପାକିସ୍ତାନର ପୂର୍ବତନ ଖେଳାଳି ଶାହିଦ ଆଫ୍ରିଦି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ରିକେଟ ଖେଳିବାକୁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି।
ଆଫ୍ରିଦି କହିଛନ୍ତି ଆମେ ଯାହା ସହିତ ବନ୍ଧୁତା କରିବାକୁ ଚାହୁଁଛୁ ସେ ଯଦି ଆମ ସହିତ କଥାବାର୍ତ୍ତା କରିବେ ନାହିଁ ତେବେ ଆମେ ଏହା ବିଷୟରେ କଣ କରିପାରିବ। ଏଥିରେ କୌଣସି ସନ୍ଦେହ ନାହିଁ ଯେ, ବିସିସିଆଇ ଏକ ପାଓ୍ବାରଫୁଲ ବୋର୍ଡ। ସେଥିପାଇଁ ବିସିସିଆଇର ଦାୟିତ୍ବ ଅଧିକ ରହିଛି। ସେଥିପାଇଁ ଅଧିକ ଶତ୍ରୁତା କରିବାକୁ ଚେଷ୍ଟା କରିବା ଅପେକ୍ଷା ଅଧିକ ବନ୍ଧୁତା ସୃଷ୍ଟି କରିବା ଆବଶ୍ୟକ।