ଅଧିକ ପଢନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭୁରୀ ଭୁରୀ ପ୍ରଶଂସା କଲେ ଇମରାନ ଖାନ
ହେଲେ ଭାରତ ସେମାନଙ୍କ କଥା ଆଦୌ ଶୁଣି ନ ଥିଲା । ଭାରତ ସେମାନଙ୍କ ଚାପର ଶୀକାର ନ ହୋଇ ଋଷ ଠାରୁ ତୈଳ କିଣିବା ଜାରୀ ରଖିଥିଲା । ତେବେ ସେ ଆହୁରି କହିଛନ୍ତି ଯେ ଋଷ ପାକିସ୍ତାନକୁ ମଧ୍ୟ କମ୍ ମୂଲ୍ୟରେ ଅଶୋଧିତ ତୈଳ ବିକ୍ରୀ କରିବାକୁ ରାଜି ଥିଲା । ହେଲେ ପାକିସ୍ତାନ ଋଷ ଠାରୁ ଭାରତ ଭଳି କମ ମୂଲ୍ୟରେ ଅଶୋଧିତ ତୈଳ କ୍ରୟ କରି ପାରିଲା ନାହିଁ, କାରଣ ସେତେବେଳେ ପାକିସ୍ତାନର ସୈନ୍ୟ ମୁଖ୍ୟ ଜେନେରାଲ ବାଜୱା ଖେଳକୁ ଖରାପ କରି ଦେଇଥିଲେ ।
ଇମରାନ ଖାନ କହିଛନ୍ତି ଯେ ସେ ଋଷ ଯାଇ କମ ମୂଲ୍ୟରେ ଅଶୋଧିତ ତୈଳ ପାଇଁ ସେଠାକାର ସରକାର ସହ କଥାବାର୍ତା କରି ଡିଲ ଫାଇନାଲ କରି ଦେଇଥିଲେ । ହେଲେ ଜେନେରାଲ ବାଜୱା ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ନିନ୍ଦା କରି ଦେଲେ । ଫଳରେ ପାକିସ୍ତାନକୁ ଆଉ ଋଷରୁ କମ ମୂଲ୍ୟରେ ତୈଳ ମିଳିପାରିନଥିଲା । ତାଙ୍କ ଦଳ ପାକିସ୍ତାନ ତେହେରିକ ଏ ଇନସାଫ ପାର୍ଟିର କର୍ମୀ ମାନଙ୍କ ଉଦ୍ଦେଶ୍ୟରେ ଭିଡିଓ ଜାରୀ କରି ଇମରାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଭାବେ ଋଷ ଯିବାର ତାଙ୍କର ଦୁଇଟି ଉଦ୍ଦେଶ୍ୟ ଥିଲା ।
ଅଧିକ ପଢନ୍ତୁ:ପାକିସ୍ତାନରେ ଭାଇରାଲ ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୁରୁଣା ଭାଷଣର କ୍ଲିପ
ଗୋଟିଏ ହେଲା ଶସ୍ତା ଗହମ ଓ ଶସ୍ତା ଅଶୋଧିତ ତୈଳ । ସେ ଋଷରୁ 20 ଲକ୍ଷ ଟନ ଶସ୍ତା ଗହମ କ୍ରୟ କରିବାକୁ ଚାହୁଁଥିଲେ । ଯୁଦ୍ଧ କାରଣରୁ ସେତେବେଳେ ଅଶୋଧିତ ତୈଳର ମୂଲ୍ୟ ମଧ୍ୟ ଲଗାତାର ବଢୁଥିଲା । ତେଣୁ ସେ ମସ୍କୋ ଯାଇ ପୁଟିନଙ୍କ ସହ କଥାବାର୍ତା କଲେ। ପୁଟିନ ତାଙ୍କୁ ଗହମ ଓ ତୈଳ ଦେବା ପାଇଁ ରାଜି ହୋଇଯାଇଥିଲେ ।
ବିଦେଶ ନ୍ୟୁଜ ଆହୁରି ପଢନ୍ତୁ
ସେ ଯେତେବେଳେ ପାକିସ୍ତାନ ଫେରିଲେ ସେତେବେଳେ ପାକିସ୍ତାନର ଆର୍ମି ମୁଖ୍ୟ ବାଜୱା ତାଙ୍କ ଉପରେ ଚାପ ପ୍ରୟୋଗ କଲେ ଯେ ତୁମେ ୟୁକ୍ରେନ ଉପରେ ଆକ୍ରମଣ ପାଇଁ ଋଷକୁ ନିନ୍ଦା କର । ହେଲେ ମୁଁ ଏପରି କରିବାକୁ ମନା କରି ଦେଇଥିଲି । ମୁଁ କହିଥିଲି ଯେ ଭାରତକୁ ଦେଖ, ଭାରତ କିପରି ନିଜ ଦେଶର, ନିଜ ଦେଶବାସୀଙ୍କ ସ୍ୱାର୍ଥ ପାଇଁ କାମ କରୁଛି । କାହା ଚାପରେ ନ ଆସି ସ୍ୱାଧୀନ ବିଦେଶ ନୀତି ପରିଚାଳନା କରୁଛି । ସମସ୍ତଙ୍କ ଚାପ ସତ୍ୱେ ଋଷରୁ ତୈଳ କ୍ରୟ କରୁଛି । ହେଲେ ଜେନେରାଲ ବାଜୱା ତା ପର ଦିନ ଏକ ସେମିନାରରେ ଋଷକୁ ନିନ୍ଦା କରି ଦେଲେ । ଏହା ଫଳରେ ପାକିସ୍ତାନକୁ ଶସ୍ତା ଗହମ ଓ ତୈଳ ମିଳି ପାରିଲା ନାହିଁ ବୋଲି ସେ କହିଛନ୍ତି ।
ରାଜନୀତି ନ୍ୟୁଜ ଆହୁରି ପଢନ୍ତୁ