୨୦୨୨ ମସିହା ଜୁଲାଇ ୨୬ ତାରିଖରେ ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କୁ ଭେଟି ଏ ସମ୍ପର୍କରେ ବାର୍ତ୍ତାଳାପ କରିଥିଲେ। ଶେଷରେ ଆଜି ଏହି ସମ୍ଭାଷଣର ସୁଫଳ ମିଳିଛି। ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାକୁ ନୂଆ ଉପହାର ଦେଇଛନ୍ତି।
କ୍ୟାନସର ହସ୍ପିଟାଲ ହେଲେ ଏଠାରେ ଅନେକ ଲୋକ ଉପକୃତ ହେବେ। ପ୍ରଧାନମନ୍ତ୍ରୀ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ପାଳନ ଅବସରରେ ଏହି ହସ୍ପିଟାଲର ଭର୍ଚୁଆଲ ଉଦ୍ଘାଟନ ହୋଇଛି।
୧୯୯୯ରେ ଭାରତୀୟ ବୈଜ୍ଞାନିକ, ଇଞ୍ଜିନିୟର୍ ଏବଂ ଟେକ୍ନୋଲୋଜିଷ୍ଟଙ୍କୁ ସମ୍ମାନିତ କରିବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ପାଳନ ଆରମ୍ଭ ହୋଇଥିଲା।