ଚିତା ଶାବକଙ୍କ ଫଟୋ ଓ ଭିଡିଓକୁ ଟ୍ବିଟ୍ କରିଛନ୍ତି କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ । ୨୦୨୨, ୧୭ ସେପ୍ଟେମ୍ବରରେ ଭାରତକୁ ପ୍ରଥମ ଥର ପାଇଁ ଆସିଥିଲେ ଚିତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଅବସରରେ ଏହି ଚିତାଙ୍କୁ ଅଣାଯାଇ କୁନୋ ଜାତୀୟ ଉଦ୍ୟାନରେ ଛଡ଼ା ଯାଇଥିଲା । ପ୍ରଥମ ବ୍ୟାଚ୍ ଚିତା ନାମିବ୍ୟାରୁ ଅଣାଯାଇଥିବା ବେଳେ ଚଳିତ ବର୍ଷ ଫେବ୍ରୁଆରୀ ୧୮ରେ ଆସିଥିଲେ ଦ୍ବିତୀୟ ବ୍ୟାଚ୍ । ଦକ୍ଷିଣ ଆଫ୍ରିକାରୁ ଆହୁରି ୧୨ଟି ଚିତାଙ୍କୁ ସ୍ବାଗତ କରିଥିଲା ଦେଶ ।
ଅଧିକ ପଢନ୍ତୁ : ଦଶନ୍ଧି ପରେ ଭାରତରେ ଜନ୍ମହେଲେ ୪ ଟି ଚିତାଛୁଆ
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହୋଇଥିବା ବୁଝାମଣା ପତ୍ର ଅନୁସାରେ, ପ୍ରତିବର୍ଷ ଦକ୍ଷିଣ ଆଫ୍ରିକାରୁ ୧୦ରୁ ୧୨ ଚିତାଙ୍କୁ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଦେଶକୁ ଅଣାଯିବ । ତେବେ ୪ ଚିତା ଶାବକ ଜନ୍ମ ପରେ ଏବେ ସଫଳ ହେବାକୁ ଯାଉଛି ଏହି ଅଭିଯାନ । ୧୯୪୭ରେ ଭାରତରୁ ଲୋପ ପାଇ ଯାଇଥିଲେ ଚିତାବାଘ । ୧୯୫୨ରେ ସରକାରୀ ଭାବରେ ଏହାକୁ ଦେଶର ବିଲୁପ୍ତ ବନ୍ୟପ୍ରାଣୀ ଘୋଷଣା କରାଯାଇଥିଲା । ଏବେ କେନ୍ଦ୍ରର ମୋଦି ସରକାରଙ୍କ ପ୍ରୟାସ ଯୋଗୁଁ ଦୀର୍ଘ ୭ ଦଶନ୍ଧୀ ପରେ ଦେଶବାସୀ ଦେଖିବାକୁ ପାଇଛନ୍ତି ଚିତା ।