ଅର୍ଗସ ନ୍ୟୁଜ: ଏପ୍ରିଲ ମାସରୁ ଖାଉଟିଙ୍କୁ ମହଙ୍ଗା ମାଡ । କାରଣ ଆକଶ ଛୁଆଁ ହେବ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ଦାମ । ଗୋଟେ ପଟେ କରୋନରୁ ଅଣ୍ଟା ସଳଖି ପାରିନଥିବା ବେଳେ ପୁଣି ଖାଉଟିଙ୍କୁ ମହଙ୍ଗା ମାଡ । ତେବେ ଆସନ୍ତୁ ନଜର ପକାଇବା ଏପ୍ରିଲ ପହିଲାରୁ କେଉଁ ସବୁ ଜିନିଷର ଦର ଦାମ ବଢିବାକୁ ଯାଉଛି ।
ଏପ୍ରିଲ 1 ରୁ ଚାରି ଚକିଆ ଓ ଦୁଇ ଚକିଆ ଯାନର ଦର । ଅଟୋ କମ୍ପାନୀ ଗୁଡିକ ଏପ୍ରିଲ 1 ରୁ ବାଇକ ଓ କାର ଦାମ ବଢାଇବା ନେଇ ଘୋଷଣା କରିଛନ୍ତି । ମାରୁତି ସୁଜୁକି, ରେନୋ, ନିସାନ ଆଦି କମ୍ପାନୀ ଗୁଡିକର କାର ଦାମ ବଢିଯିବ । ସେପଟେ ହିରୋ ମଧ୍ୟ ଦୁଇ ଚକିଆ ଯାନର ଦର ଦାମ ବୃଦ୍ଧି କରିବା ନେଇ ଘୋଷଣା କରିଛି । ଏହାସହ ଟ୍ରାକ୍ଟର ଦାମ ମଧ୍ୟ ବଢୁଥିବା ନେଇ ଘୋଷଣା ହୋଇଛି ।
ଏପ୍ରିଲ ପହିଲାରୁ ଟିଭି କିଣିବା ମଧ୍ୟ ଖାଉଟିଙ୍କ ପାଇଁ ମହଙ୍ଗା ହେବ । ଲଗାତାର କିଛି ମାସ ହେବ ଟିଭିର ଦର ଦାମ ବୃଦ୍ଧି ହେଉଥିବା ବେଳେ ଏପ୍ରିଲ 1 ରୁ ଟିଭି ଦାମ 2 ରୁ 3 ହଜାର ବଢିବା ନେଇ ସମ୍ଭାବନା ରହିଛି । ମୋବାଇଲ ଫୋନ କିଣିବା ମଧ୍ୟ ଏପ୍ରିଲ ପହିଲାରୁ ମହଙ୍ଗା ହେବ ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଦ୍ୟୁତ ଉପକରଣ ଗୁଡିକରେ ଆମଦାନୀ ଶୁଳ୍କ ବଢାଇବା ନେଇ ଚଳିତବର୍ଷ ବଜେଟରେ ଘୋଷଣା କରିଥିଲେ । ଯେଉଁଥିରେ ମୋବାଇଲ ଫୋନ, ମୋବାଇଲ ଚାର୍ଜର, ବ୍ୟାଟେରୀ, ଇୟର ଫୋନ ଆଦି ସାମିଲ ରହିଛି । ତେବେ ଆମବାଦୀନ ଶଳ୍କ ବଢୁଥିବା ହେକୁ ପ୍ରିପିୟମ ସ୍ମାର୍ଟ ଫୋନ ଦାମ ମଧ୍ୟ ବଢିଯିବ ।
ତେବେ ପ୍ରଚଣ୍ଡ ଖରାରେ ସଭିଏଁ ଆଉଟୁ ପାଉଟୁ ହେଉଥିବାବେଳେ ଏସି, ରେଫ୍ରିଜେରେଟର କିଣିବା ମଧ୍ୟ ଗ୍ରାହକଙ୍କୁ ମହଙ୍ଗା ପଡିବ । କଞ୍ଚାମାଲର ଦାମ ବଢୁଥିବା ହେତୁ କମ୍ପାନୀ ଗୁଡିକ ଦର ଦାମ ବଢାଇବା ନେଇ ନିଷ୍ପତ୍ତି ନେଇଛନ୍ତି । ଏସି ର ଦାମ 15 ଶହରୁ 2 ହଜାର ଟଙ୍କା ବଢିବା ନେଇ ଆଶା କରାଯାଉଛି ।
କେବଳ ଏତିକି ନୁହେଁ ଉଡାଜାହାଜରେ ଯିବା ମଧ୍ୟ ଏପ୍ରିଲ ପହିଲାରୁ ମହଙ୍ଗା ପଡିବ । ଦେଶ ଭିତରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଏଏସଏଫ ନାମରେ 200 ଟଙ୍କା ଓ ବିଦେଶୀ ଯାତ୍ରୀଙ୍କୁ 12 ଡଲାର ଦେବାକୁ ହେବ ।