ପତିତପାବନଙ୍କ ମଙ୍ଗଳ ଆଳତି !
ନିରବ ମୋଦିର ଜାମିନ ଆବେଦନ ଖାରଜ
ନିରବ ମୋଦିକୁ ଝଟ୍କା । ଆଜି ଲଣ୍ଡନର ଓ୍ଵେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟ ପଳାତକ ହୀରା ବ୍ୟବସାୟୀ ତଥା ୧୩ ହଜାର କୋଟି ଟଙ୍କା ବିଶିଷ୍ଟ ପିଏନବି ଋଣ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦିର ଜାମିନ ଆବେଦନକୁ ପୁଣି ଥରେ ଖାରଜ କରିଦେଇଛନ୍ତି । ମାମଲାର ପରବର୍ତ୍ତି ଶୁଣାଣି ଆସନ୍ତା ମେ ୨୪ ତାରିଖରେ ହେବ । ତେଣୁ ନିରବ ମୋଦି ମେ ୨୪ ପର୍ଯ୍ୟନ୍ତ ଏବେ ଲଣ୍ଡନର ଓ୍ଵାଣ୍ଡଓ୍ଵର୍ଥ ଜେଲରେ ରହିବ । ଅପରପକ୍ଷରେ ଭାରତକୁ ତାହାର ପ୍ରତ୍ୟାର୍ପଣ ଆଶା ଉଜ୍ଜଳ ହୋଇଯାଇଛି ।
Download Argus News App
