ସମସ୍ତଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ସହ ଜି-୨୦ ସମ୍ମିଳନୀ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ । ଏଥିସହ ଆସନ୍ତା ୨୩ ରୁ 29 ମଧ୍ୟରେ ଆନ୍ତର୍ଜାତୀୟ ବିଦେଶ ପ୍ରତିନିଧି ଭୁବନେଶ୍ବରରେ ପହଞ୍ଚିବା ସହ ଅନୁଷ୍ଠିତ ହେବ ଜି-୨୦ ସମ୍ମିଳନୀ । ଶିକ୍ଷା ଗବେଷଣା କିଭଳି ଆଗକୁ ବଢିବ ତାକୁ ନେଇ ପ୍ରସ୍ତୁତ ହେବ ରୂପରେଖ । ଜି-୨୦ ୱାର୍କିଂ ଗ୍ରୁପ ବୈଠକର ଥିମ୍ ରହିଛି, ଫାଉଣ୍ଡେସନାଲ୍ ଲିଟେରାସି ଆଣ୍ଡ୍ ନ୍ୟୁମେରସି, ଟେକ୍ ଏନାବଲ୍ ଲର୍ଣ୍ଣିଂ, ଫ୍ୟୁଚର ଅଫ୍ ୱାର୍କ ଏବଂ ରିସର୍ଚ୍ଚ କୋଲାବରେସନ୍ । ଏହି ଚାରିଟି ଥିମରୁ ଭାରତକୁ ହିଁ ଲାଭ ମିଳିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଯୁଗ୍ମ ନିର୍ଦ୍ଦେଶକ ।