ସେ କହିଛନ୍ତି, ଭାରତର ଜି-୨୦ ସଂଗଠନର ଅଧ୍ୟକ୍ଷତା ଏକ ସାର୍ବଜନୀନ ଏକତ୍ୱର ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ଦିଗରେ କାର୍ଯ୍ୟ କରିବ। ତେଣୁ ଆମର ମୂଳ ପ୍ରସଙ୍ଗ ହେଉଛି – “ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ”। ଏହା କେବଳ ଏକ ସ୍ଲୋଗାନ ନୁହେଁ। ଏହା ସମ୍ପ୍ରତି ମାନବୀୟ ପରିସ୍ଥିତିରେ ଘଟୁଥିବା ପରିବର୍ତ୍ତନକୁ ମଧ୍ୟ ପ୍ରଦର୍ଶିତ କରୁଛି ଯାହାକୁ ଆମେ ସାମୂହିକ ଭାବେ ସ୍ଵୀକାର କରିବାରେ ବିଫଳ ହୋଇଛୁ। ଆଜି ଆମେ ଜଳବାୟୁ ପରିବର୍ତ୍ତନ, ଆତଙ୍କବାଦ ଏବଂ ବୈଶ୍ୱିକ ମହାମାରୀ ପରି ଯେଉଁ ବୃହତ୍ ବିପଦର ସାମ୍ନା କରୁଛୁ ତାହା ପରସ୍ପର ମଧ୍ୟରେ ବିବାଦରେ ଲିପ୍ତ ରହିଲେ କଦାପି ସମାଧାନ କରିହେବନାହିଁ, ବରଂ ମିଳିତ ଭାବେ ସେସବୁର ମୁକାବିଲା କରିବା ଆବଶ୍ୟକ।
ଏନ.ଆଇ.ଟି ରାଉରକେଲାରୁ ସ୍ନାତକୋତ୍ତର ହାସଲ କରିଥିବା ଓମ୍ ଭାରତର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶ୍ରେଷ୍ଠ ଯୁବ ଲେଖକ ଭାବେ ସମ୍ମାନୀତ ହୋଇ ସାରିଛନ୍ତି। ଖୋର୍ଦ୍ଧାର ଜଣେ ଛାତ୍ରନେତା ଭାବେ ପରିଚିତ ଥିବା ଓମ୍ ଙ୍କୁ ଏକ ଆନ୍ତର୍ଜାତୀୟ ନେତୃତ୍ୱ ମିଳିଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁସିର ମାହୋଲ ଖେଳି ଯାଇଛି।