We're thinking of bringing a law under which use of sound of Indian musical instruments like harmonium, tabla,etc as a horn for vehicles will be compulsory. Sirens of ambulances&police vehicles will also be replaced with soothing sounds: Union Min Nitin Gadkari in Nashik on Oct 3 pic.twitter.com/FbVY1t4WpC — ANI (@ANI) October 5, 2021
ଆମେ କହୁନୁ, ଏମିତି କିଛି ଚିନ୍ତା କରୁଛନ୍ତି କେନ୍ଦ୍ର ସରକାର।
ରାସ୍ତାରେ ଗଡୁଥିବା ଗାଡି ସବୁ ଭିନ୍ନ ଭିନ୍ନ ଢଙ୍ଗରେ ପୂରା ସଡ଼କୁ କମ୍ପମାନ କରୁଛନ୍ତି। କାର ଓ ଟ୍ରକ ଆଦି ବଡ଼ଯାନଗୁଡିକରେ ପ୍ରାୟତଃ ଏକା ପରି ହର୍ଣ୍ଣ ଶୁଭେ। ବାଇକରେ ମଧ୍ୟ ସେହିଭଳି ହର୍ଣ୍ଣ ବ୍ୟବସ୍ଥା ବିଭିନ୍ନ କମ୍ପାନୀ କରିଛି । କିନ୍ତୁ କିଛି ବାଈକ୍ ଚାଳକ ବିକୃତ ହର୍ଣ୍ଣ ମାରି ବେପରୁଆ ଗାଡି ଚାଳନା କରୁଛନ୍ତି।
ଏସବୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏବେ ନୂଆ କଥା ଚିନ୍ତା କଲେଣି। ବିଭିନ୍ନ ସ୍ଥାନର ନାମ ପରିବର୍ତ୍ତନ ଭଳି କେନ୍ଦ୍ର ସରକାର ଏବେ ଗାଡି ହର୍ଣ୍ଣର ସ୍ବର ବଦଳାଇବାକୁ ଚିନ୍ତା କରୁଛନ୍ତି। ଭାରତୀୟ ପାରମ୍ପରିକ ବାଦ୍ୟଯନ୍ତ୍ରର ଶବ୍ଦ ଏଣିକି ଗାଡିଗୁଡିକର ହର୍ଣ୍ଣ ଭାବେ ବ୍ୟବହାର କରାଯିବ ବୋଲି ଚିନ୍ତା କରାଯାଉଛି।
ହାରେମାନିୟମ, ତବଲା, ବୀଣା ଆଦି ପାରମ୍ପରିକ ବାଦ୍ୟଯନ୍ତ୍ରର ଶବ୍ଦଗୁଡିକ ଗାଡିର ହର୍ଣ୍ଣ ଭାବେ ବ୍ୟବହାର କରିବାକୁ ଚିନ୍ତା କରାଯାଉଛି। ଏମିତିକି ଆମ୍ବୁଲାନ୍ସ ଗୁଡିକର ସାଇରନ ଶବ୍ଦ ଭିତିପ୍ରଦ ହୋଇଥିବାରୁ ଏହାକୁ ମଧ୍ୟ ପରିବର୍ତ୍ତନ ଲାଗି ଚିନ୍ତା କରାଯାଉଛି। ସାଇରନ୍ ବଦଳରେ ଏଣିକି ଶାନ୍ତ ଶବ୍ଦ(soothing sound) ବ୍ୟବହାର କରାଯିବ। ଯାହାକି ରୋଗୀ ଓ ରାସ୍ତାରେ ଯାଉଥିବା ପଥିକ ଉଭୟଙ୍କ ଲାଗି ଆଶ୍ବସ୍ତି ଭାବ ସୃଷ୍ଟି କରିବ। ଯାହାର ସକାରାତ୍ମକ ପ୍ରଭାବ ରୋଗୀ ମନରୁ ଭୟ କାଢି ମାନସିକତାକୁ ସକାରାତ୍ମକ କରିବ।
ଭାରତର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ, ଏ ନେଇ ଏକ ସଭାରେ ବିବୃତ୍ତି ରଖିଛନ୍ତି। ଗାଡି ହର୍ଣ୍ଣ ପରିବର୍ତ୍ତନ ଲାଗି କେନ୍ଦ୍ର ସରକାର ଚିନ୍ତା କରୁଥିବା କଥା ସେ ହିଁ କହିଛନ୍ତି।
ତେବେ କଥାଟା ହାସ୍ୟରସରେ କହିଛନ୍ତି କି ସତ ସତିକା ସେ କଥା ସମୟ କହିବ।