
ଅର୍ଗସ ବ୍ୟୁରୋ : ଏଲଏସିରେ ଚୀନର ରକ୍ତ ସଙ୍ଘର୍ଷକୁ ନେଇ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଭାରତ ଉପରେ ଚୀନ ବଡ଼ ଆକ୍ରମଣ କରିଛି। ପୋମ୍ପିଓ ଚୀନର ଶତାରୂଢ କମ୍ୟୁନିଷ୍ଟ ପାର୍ଟିକୁ ଦୁଷ୍ଟ ଦଳ ବୋଲି ମଧ୍ୟ କହିଛନ୍ତି। ଚୀନର ଶୀର୍ଷ ରାଜନେତା ୟାଙ୍ଗ ଜିୟାଚୀଙ୍କ ସହ ସାକ୍ଷାତକାର ପରେ ଆମେରିକାର ବୈଦେଶିକ ମନ୍ତ୍ରୀଙ୍କ ପ୍ରତିକ୍ରିୟା ଆସିଛି।
ଚୀନର କମ୍ୟୁନିଷ୍ଟ ପାର୍ଟି ଉପରେ ମାଇକ ପୋମ୍ପିଓ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, କମ୍ୟୁନିଷ୍ଟ ପାର୍ଟି ନାଟୋ ଭଳି ସଂସ୍ଥା ସାହାଯ୍ୟରେ ବିଶ୍ଵକୁ ପୁରୁଣା ଢାଞ୍ଚାରେ ପକାଇବାକୁ ଚାହୁଁଛନ୍ତି। ଚାଇନିଜ୍ ଆର୍ମି ପିଏଲଏ ଭାରତ ସହ ତିକ୍ତତା ବୃଦ୍ଧି କରୁଛି। ଏହି ସମୟରେ ସେ ଭାରତୀର ଶହୀଦ ଶ୍ରମିକଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି।
ଏହି ସମୟରେ ପୋମ୍ପିଓ କହିଛନ୍ତି ଯେ, ଶୀ ଜିନପିଙ୍ଗ ଚୀନର ମୁସଲମାନଙ୍କ ବିରୋଧରେ କ୍ରୁର ଅଭିଯାନ ପାଇଁ ସବୁଜ ସଙ୍କେତ ଦେଇଛନ୍ତି। ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ଆମେ ଏତେ ବଡ଼ ମାନବଅଧିକାରର ଉଲ୍ଲଙ୍ଘନ ଦେଖିଛୁ। ଏବେ ପିଏଲଏ ଭାରତ ସହ ତିକ୍ତତା ବୃଦ୍ଧି କରିବାରେ ଲାଗିଛି। ଗଲୱାନ ଘାଟିରେ ଚୀନ ସୈନିକ ଭାରତୀୟ ସୈନିକଙ୍କ ଉପରେ ଆକ୍ରମଣ କରୁଛନ୍ତି। କମ୍ୟୁନିଷ୍ଟ ଦଳ କେବଳ ପଡୋଶୀଙ୍କ ସହ ତିକ୍ତତା ବୃଦ୍ଧି କରୁନି ବରଂ ଏହା ସାରା ବିଶ୍ଵକୁ କରୋନା ସଂକ୍ରମଣ ବିଷୟରେ ଲୁଚାଇଥିଲା।
