ନୂଆଦିଲ୍ଲୀ: ଝଟକୁଛନ୍ତି ଅଢେଇ କୋଟି ଟଙ୍କାର ଗଣେଷ ପ୍ରତିମୂର୍ତ୍ତୀ । ଗଣପତି ବପାଙ୍କ ପେଣ୍ଡାଲ ମଧ୍ୟ କଏନ ଏବଂ ନୋଟରେ ସଜା ହୋଇଛି। ଯାହା ସମସ୍ତଙ୍କ ମନ ମୋହୁଛି। ଗଣପତିଙ୍କ ମୁର୍ତ୍ତି ଏବଂ ପେଣ୍ଡାଲରେ ଲାଗିଥିବା ନୋଟ ଏବଂ କଏନ୍ ଭକ୍ତର। ଯେଉଁଥିରେ ସଜେଇ ହୋଇଛନ୍ତି ଗଣପତି ବପା। ତେବେ ଏପରି ଏକ ପେଣ୍ଡାଲ ଦେଖିବାକୁ ମିଳିଛି ଵେଙ୍ଗାଲୁରୁର ଜେପି ନଗର ଠାରେ ଥିଵା ସତ୍ୟ ଗଣପତି ମନ୍ଦିରରେ। ଭକ୍ତମାନେ କେବଳ ଗଣେଶ ଜୀଙ୍କର ପେଣ୍ଡାଲକୁ କୋଟି କୋଟି ଟଙ୍କାରେ ସଜାଇ ନାହାଁନ୍ତି, ବରଂ ଏଥିରେ ଦେଶପ୍ରେମର ଏକ ସ୍ପର୍ଶ ମଧ୍ୟ ଯୋଡିଛନ୍ତି। ପେଣ୍ଡାଲରେ ବିକ୍ରମ ଲ୍ୟାଣ୍ଡର ଏବଂ ଚନ୍ଦ୍ରଯାନର ଫଟୋ ଲଗାଇ ସଜାଇଛନ୍ତି। ଭାରତ ଅନ୍ତରିକ୍ଷରେ ଅର୍ଜନ କରିଥିବା ସଫଳତାର ଝଲକ ଦେଖିବାକୁ ମିଳିଛି ଗଣପତିଙ୍କ ଏହି ନିଆରା ପେଣ୍ଡାଲରେ। ଏଥିସହିତ ଡର୍ଜନ ଡର୍ଜନ କଏନ ବ୍ୟବହାର କରି ପେଣ୍ଡାରେ ଭାରତର ମାନଚିତ୍ର ମଧ୍ୟ କରାଯାଇଛି।
ପ୍ରତିଵର୍ଷ ଏହି ମନ୍ଦିର ଭିନ୍ନ ଧରଣର ଗଣେଷ ପ୍ରତିମୂର୍ତ୍ତୀ ନିର୍ମାଣ ପାଇଁ ଚର୍ଚ୍ଚା ସାଉଁଟିଥାଏ। ୧୧ ଵର୍ଷ ଧରି ସତ୍ୟ ଗଣପତି ମନ୍ଦିରରେ ଵିଘ୍ନଵିନାଶକ ଶ୍ରୀ ଗଣେଷଙ୍କ ପୂଜାଅର୍ଚ୍ଚନା ହୋଇ ଆସୁଛି। ପୂର୍ଵରୁ ଆଖୁ, ପନିପରିଵା, ଫଳ, ନଡିଆ, ଡ୍ରାଏ ଫ୍ରୁଟ୍ସ, ମକା, ତୁଳା ଓ ପତ୍ରକୁ ଵ୍ୟଵହାର କରି ଭିନ୍ନ ଧରଣର ଗଣେଷ ମୂର୍ତ୍ତୀ ନିର୍ମାଣ କରାଯାଇଛି। ଚଳିତ ଵର୍ଷ ୧୦ରୁ ୫୦୦ ଟଙ୍କିଆ ନୋଟ ମୂର୍ତ୍ତୀରେ ଵ୍ୟଵହାର କାରଯାଇଥିଵା ଵେଳେ ୫ରୁ ୧୦ ଟଙ୍କିଆର ଦେଢ ଲକ୍ଷ କଏନ ମଧ୍ୟ ମୂର୍ତ୍ତି ନିର୍ମାଣରେ ଲାଗିଛି। ଏହି ଗଣେଷ ମୂର୍ତ୍ତୀକୁ ସମ୍ପୁର୍ଣ୍ଣ କରିଵା ପାଇଁ ୧୫୦ ଜଣ କାରୀଗରଙ୍କୁ ନିୟୋଜିତ କରାଯାଇଥିଲା। ସେହି ଦୃଷ୍ଟିରୁ ମନ୍ଦିରର ସୁରକ୍ଷାକୁ ମଧ୍ୟ କଡାକଡି କରାଯାଇଛି।
ଅଧିକ ଦେଖନ୍ତୁ :