ତେବେ ଓଡ଼ିଆ ମାନେ ଯେଉଁଠି ବି ରୁହନ୍ତୁ ନା କାହିଁକି ପୂଜା, ପାର୍ବଣ, ପରମ୍ପରା କୁ କେବେ ଭୁଲି ନଥାନ୍ତି। ବିଦେଶରେ ରହି ପ୍ରବାସୀ ଓଡ଼ିଆ ନିଜ ସଂସ୍କୃତି ଆଉ ପରମ୍ପରାକୁ ବେଶ୍ ସମ୍ମାନ ଦେଇଥାନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱର: ଦୁବାଇରେ ଓଡ଼ିଆ ପାଳନ କଲେ ଗଣେଶ ପୂଜା। ବେଶ୍ ଧୁମଧାମରେ ଗଣେଶ ପୂଜା ପାଳନ କରିଛନ୍ତି ପ୍ରବାସୀ ଓଡ଼ିଆ । ତେବେ ଓଡିଆ ସୋସାଇଟି ୟୁଏଇ ଦ୍ୱାରା ପୂଜାର ସମସ୍ତ ଆୟୋଜନ କରାଯାଇଥିଲା । ଦୁବାଇର କରାମା କେନ୍ଦ୍ରରେ ଓଡିଆମାନେ ବହୁ ସଂଖ୍ୟାରେ ଏକାଠି ହୋଇ ଗଣେଶ ଚତୁର୍ଥୀ ପାଳନ କରିଥିଲେ।
ତେବେ ଓଡ଼ିଆ ମାନେ ଯେଉଁଠି ବି ରୁହନ୍ତୁ ନା କାହିଁକି ପୂଜା, ପାର୍ବଣ, ପରମ୍ପରା କୁ କେବେ ଭୁଲି ନଥାନ୍ତି। ବିଦେଶରେ ରହି ପ୍ରବାସୀ ଓଡ଼ିଆ ନିଜ ସଂସ୍କୃତି ଆଉ ପରମ୍ପରାକୁ ବେଶ୍ ସମ୍ମାନ ଦେଇଥାନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଦକ୍ଷିଣ ପୂର୍ବ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗରରେ ବଳ ଗୋଟାଉଛି ଲଘୁଚାପ । ଏହା ଅଧିକ ଘନିଭୂତ ହୋଇ ଆଜି ଅବପାତର ରୂପ ନେବାର ସମ୍ଭାବନା ରହିଛି । ପରେ ୩ ତାରିଖ ଦିନ ବାତ୍ୟାର ରୂପ ନେବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ପରବର୍ତ୍ତୀ ସମୟରେ ଏହା ଉତ୍ତରପଶ୍ଚିମ ଦିଗରେ ଗତିକରି ୪ ତାରିଖ ଭୋର ସମୟରେ ଉତ୍ତର ତାମିଲନାଡୁ କିମ୍ବା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ପାଖାପାଖି ପହଞ୍ଚିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୪ ତାରିଖରୁ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ତେବେ ଏହା କେଉଁଠି କେଉଁଠି ଲ୍ୟାଣ୍ଡଫଲ କରିବ ତାହା ଅବପାତରେ ପରିଣତ ହେବା ପରେ ସ୍ପଷ୍ଟ ହେବ ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ରାସ୍ତାକଡ଼ରେ ଛିଡା ହୋଇଥିବା ହାଇୱାକୁ ଧକ୍କା ଦେଲା କାର୍ । ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 4 ଜଣ ଗୁରୁତର ହୋଇଛନ୍ତି । ଭଦ୍ରକ ଜିଲ୍ଲା 16 ନଂ ଜାତୀୟ ରାଜପଥ ଭଦ୍ରକ ଗ୍ରାମାଞ୍ଚଳ ଥାନା ଗେଲପୁର ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ଭଦ୍ରକ ପୁରୁଣା ବଜାର ଅଞ୍ଚଳର କିଛି ଯୁବକ ଦୋବଲ ଅଞ୍ଚଳକୁ ଯାଉଥିବାବେଳେ ଅଘଟଣ ଘଟିଥିଲା ।
ଦୁର୍ଘଟଣାରେ 5 ଜଣ ଗୁରୁତର ହୋଇଥିବା ବେଳେ ସମସ୍ତଙ୍କୁ ବିଳମ୍ବିତ ରାତିରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଦୁଇ ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେଥିମଧ୍ୟରୁ ଅଧା ରାସ୍ତାରେ ଜଣଙ୍କର ମୃତ୍ୟୁ ହୋଇଥିଲା ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଦୁଇ ଟ୍ରକ ମୁହାଁମୁହିଁ ଧକ୍କା। ଜଣେ ମୃତ ଜଣେ ଗୁରୁତର। ଜମନକିରା ଥାନା ୫୩ନଂ ଜାତୀୟ ରାଜପଥ ଚିମିମହୁଲରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ସିମେଣ୍ଟ ବୋଝେଇ ଟ୍ରକ ଓ କଣ୍ଟେନର ମଧ୍ୟରେ ମଧ୍ୟରେ ମୁହାମୁହିଁ ଧକ୍କା । କଣ୍ଟେନର ଗାଡିର ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ସିମେଣ୍ଟ ବୋଝେଇ ଟ୍ରକ ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: