ଋଷିକେଶ। ଋଷୀମାନଙ୍କ ଭୂମୀ। ତପସ୍ୟାର ଭୂମୀ। ଯେଉଁଠି ତପ ଆଚରଣ ସର୍ବଫଳ ପ୍ରଦାନକାରୀ। ପୁରାଣ କୁହେ, ଋଷୀମାନଙ୍କ ତପସ୍ୟାରେ ବାରମ୍ବାର ବିଘ୍ନ ଘଟାଉଥିଲେ ଅସୁର। ସେମାନଙ୍କୁ ବଧ କରି ସ୍ବୟଂ ଭଗବାନ ଏହାକୁ ଋଷୀମାନଙ୍କ ତପଚାରଣ ପାଇଁ ଅର୍ପଣ କରିଥିଲେ। ଋଷୀମାନଙ୍କ ତପୋଭୂମୀ ହୋଇଥିବାରୁ ଏହାର ନାଁ ହେଲା ଋଷିକେଶ।
ସବୁଠି ସକାଳ ପରି ଏଠି ସକାଳ ନୁହେଁ। ଏଠି ସକାଳ ଟିକେ ଭିନ୍ନ। ସକାଳର ସୂର୍ଯ୍ୟ ଏଠି ପ୍ରଥମେ ମା’ ଗଙ୍ଗାଙ୍କ ପାଦ ବନ୍ଦନା କରେ। ନିଜ ସିଗ୍ଧ କୀରଣକୁ ମା’ ଗଙ୍ଗାର ପଣତ ଉପରେ ବିଛେଇଦିଏ। ଶୁଭ୍ରତାର ଆଭାରେ ବିମୋହିତ ହୁଅନ୍ତି ଶଙ୍କର। ଧାନସ୍ଥ ଶିବଙ୍କୁ ବନ୍ଦନା କରି ସୂର୍ଯ୍ୟ ଆରମ୍ଭ କରନ୍ତି ଦିନଚର୍ଯା।
ଗଙ୍ଗା-ଯମୁନା ସଂସ୍କୃତିର ମିଳିନ ଭୂମୀ ଏଇ ଋଷୀକେଶ। ପିତୃ ତର୍ପଣ, ପିଣ୍ଡଦାନଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟ ଏଇଠି ହିଁ ସାମାହିତ ହୁଏ। ମହାନ ଭାରତୀୟତାର ଏହା ଏକମାତ୍ର ସ୍ଥାନ, ଯାହା ଲୋକ ବିଶ୍ବାସରେ ମୋକ୍ଷର ଦ୍ବାର, ହରିଦ୍ବାର।
ସୂର୍ଯ୍ୟ ଉଦୟ ପରେ ଚଳଚଞ୍ଚଳ ହୋଇଛି ଏହି ଆଧ୍ୟାତ୍ମିକ କ୍ଷେତ୍ର। କେଉଁଠି ମନ୍ତ୍ରୋଚ୍ଚାରଣ ତ ଆଉ କେଉଁ ପୂଜା ଘଣ୍ଟିର ସ୍ବର। ପାପିର ପାପ ଧୋଉଥିବା ଗଙ୍ଗା। ପିତୃପୁରୁଷଙ୍କ ସ୍ମୃତିରେ ଭାସୁଥିବା ଦୀପ। ସମସ୍ତେ ମୋକ୍ଷ ମନସ୍କ।
ସୂର୍ଯ୍ୟ ତାପ କ୍ରମଶଃ ତୀବ୍ର ହେଉଛି। ଋଷୀକେଶରେ ଭିଡ ବଢିଛି। ପିଣ୍ଡ ଦାନ, ଜଳ ତର୍ପଣ କର୍ମ ଅହରହ ଚାଲିଛି। କିନ୍ତୁ ପ୍ରତୀକ୍ଷା କେବଳ ସନ୍ଧ୍ୟାକୁ । ଯେଉଁ ଗୋଧୂଳୀ ବେଳାରେ ଏଠାକାର ଦୃଶ୍ୟ ସବୁଠାରୁ ମନୋରମ । ଆଉ ମାତ୍ର କିଛି କ୍ଷଣର ପ୍ରତିକ୍ଷା। ଅସ୍ତାଚଳରେ ସୂର୍ଯ୍ୟ। ଆଳତୀ ପାଇଁ ସଜେଇ ହେଉଛି ଋଷିକେଶ। ଗେରୁ ବସ୍ତ୍ର ପିନ୍ଧିଥିବା ବ୍ରାହ୍ମଣମାନେ। ସନ୍ଧ୍ୟା ତର୍ପଣ ପାଇଁ ଏକାଠି ହେଲେଣୀ।
ସମ୍ଭବତଃ ମା’ ଗଙ୍ଗାଙ୍ଗ ପ୍ରତିମାକୁ କୂଳକୁ ଅଣାଯାଉଛି। ରୂପାର ଏକ ସୁସର୍ଜିତ ବିମାନରେ ମା’ ଗଙ୍ଗାଙ୍ଗ ଆଗମନ। ପ୍ରକୃତି ଆଉ ମୂର୍ତ୍ତିତତ୍ବକୁ ବ୍ରହ୍ମଙ୍କ ସାକାର ସ୍ବରୂପରେ ପ୍ରତିଭାତ କରିଥିବା ଏଇ ତ ଆମ ସଂସ୍କୃତି। ବହିଯାଉଛନ୍ତି ପ୍ରକୃତି ରୂପିଣୀ ଗଙ୍ଗା। ଆଉ ଏପଟେ ମୂର୍ତ୍ତିରେ ମକର ଉପରେ ଆସିନ ମା’ ଗଙ୍ଗାଙ୍କ ପ୍ରତିମା।
ସଜ୍ଜିତ ଆଳତୀ ବତୀ। ସଞ୍ଜ ନଇଁ ଯାଇଛି। ପବିତ୍ର ମନ୍ତ୍ରୋଚ୍ଚାରଣରେ କମ୍ପୁଛି ଧରା। ହାତରେ ଆଳତୀ ଦାନିକୁ ଧରିଲେ ସେବକ। ଆସିଗଲା, ସେହି ଦିବ୍ୟ ମୂହୂର୍ତ୍ତ। ଯାହାକୁ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ ସମସ୍ତେ । ଗଙ୍ଗା ଆଳତୀ।
ମନୋଜ୍ଞ, ମନୋରଣ, ରୋମାଞ୍ଚିତ କାର୍ଯ୍ୟକ୍ରମ। ଆଧ୍ୟାତ୍ମିକତାର ଚାରଣ ଭୂମୀରେ ରୋମାଞ୍ଚିତ ଲୋମମୂଳ ଚରଣଠୁ ମଥା ପର୍ଯ୍ୟନ୍ତ। ଭକ୍ତି, ସମର୍ପଣ ଆଉ ଆବେଗ ସବୁ ଏକାଠି ଏଇଠି, ଋଷିକେଶ। ତୁମକୁ କୋଟି ନମସ୍କାର।