ତେବେ, ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଅଭିବୃଦ୍ଧି ହାର ଅକ୍ଟୋବରରୁ ଡିସେମ୍ବର ତୁଳନାରେ ମନ୍ଥର ଥିଲା। କରୋନାଭାଇରସର ଓମିକ୍ରନ୍ ଭ୍ୟାରିଆଣ୍ଟ ସଂକ୍ରମଣ ଯୋଗୁଁ ଅଭିବୃଦ୍ଧି କମ ଥିବା ଜଣାପଡ଼ିଛି । ସେହିପରି ଫେବ୍ରୁଆରୀରେ ଋଷ-ୟୁକ୍ରେନ ଯୁଦ୍ଧ ପାଇଁ ଦ୍ରବ୍ୟର ମୂଲ୍ୟ ବୃଦ୍ଧି, ଯୋଗାଣ ଉପରେ ପ୍ରଭାବ ପକାଇଥିଲା ।
ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୦୨୦-୨୧ ଆର୍ଥିକ ବର୍ଷ ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ମୋଟ ଘରୋଇ ଉତ୍ପାଦରେ ୨.୫ ପ୍ରତିଶତ ଅଭିବୃଦ୍ଧି ଘଟିଛି । ସରକାରୀ ତଥ୍ୟ ଅନୁଯାୟୀ, ୨୦୨୧-୨୨ ମସିହାରେ ଜିଡିପି ଅଭିବୃଦ୍ଧି ହାର ୮.୭ ପ୍ରତିଶତରେ ପହଞ୍ଚିଛି।