ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତ୍ରୀ କାଜୋଲ ଦେବଗନଙ୍କ ଏକ ପୋଷ୍ଟ ଫ୍ୟାନମାନଙ୍କୁ ବ୍ୟଥିତ କରିଛି। କାଜୋଲ ଶୁକ୍ରବାର ଇନଷ୍ଟାରେ ଏକ ପୋଷ୍ଟ ଶେୟାର କରିଛନ୍ତି। ସେ ସୋସିଆଲ ମିଡିଆରୁ ବିରତି ନେଉଛନ୍ତି ବୋଲି ଜଣାଇଛନ୍ତି। ସେ ତାଙ୍କର ସମସ୍ତ ଫଟୋକୁ ଇନଷ୍ଟାରୁ ହଟାଇ ଦେଇଛନ୍ତି। ଏଥିସହ ସୋସିଆଲ ମିଡିଆର ଆକାଉଣ୍ଟକୁ ନିଷ୍କ୍ରିୟ କରି କିଛି ସମୟ ପାଇଁ ବିରତି ନେଇଛନ୍ତି। ତାଙ୍କର ଇନଷ୍ଟାରେ କେବଳ ଗୋଟିଏ ପୋଷ୍ଟ ଅଛି। କିନ୍ତୁ ଆଜି ପୁଣି ଇନଷ୍ଟାକୁ ଫରିଥିବାରୁ ଲୋକେ କିଛି ବୁଝିପାରୁ ନାହାନ୍ତି ଟ୍ରୋଲ କରୁଛନ୍ତି।
ସେଥିରେ ଲେଖାହୋଇଛି, ମୋ ଜୀବନରେ କଠିନ ପରୀକ୍ଷଣର ସମ୍ମୁଖୀନ କରୁଛି। କ୍ୟାପ୍ସନରେ ସେ ସୋସିଆଲ ମିଡିଆରୁ ବ୍ରେକ ନେଉଥିବା ଲେଖିଛନ୍ତି। ହେଲେ କାହିଁକି ବ୍ରେକ ନେଉଛନ୍ତି କିଛି ଲେଖିନାହାନ୍ତି। ଏଥିରେ ତାଙ୍କ ଫ୍ୟାନମାନେ ବିଚଳିତ ହୋଇପଡ଼ିଛନ୍ତି। ଏମିତି ଲେଖିବାର କାରଣ କଣ ହୋଇପାରେ। ତାଙ୍କ ପର୍ସନାଲ ଲାଇଫରେ ସବୁ ଠିକ ଚାଲିଛି। ଏମିତି ଫ୍ୟାନ ମାନଙ୍କ ମନରେ ଅନେକ ପ୍ରଶ୍ନ। ତେବେ ଜଣେ ୟୁଜର୍ସ ଲେଖିଛନ୍ତି ଏହା ତାଙ୍କ ଆଗାମୀ ପ୍ରୋଜେକ୍ଟ `ଦି ଗୁଡ ଓ୍ବାଇଫ' ପାଇଁ ପ୍ରମୋଶନ ଯୋଜନା। ଏଥିରେ ଅନେକ ଫ୍ୟାନ ଅଭିନେତ୍ରୀ କାଜୋଲଙ୍କୁ ସପୋର୍ଟ କରିଛନ୍ତି। ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି ଆମେ ଆପଣଙ୍କ ଅପେକ୍ଷାରେ ରହିଲୁ।
କାଜୋଲ ବଲିଉଡର ଜଣେ ଆଗଧାଡ଼ିର ଅଭିନେତ୍ରୀ। ତାଙ୍କର ଅଭିନୟ ମଧ୍ୟ ସେମିତି ଦମଦାର। ସେ ୧୯୯୨ରୁ ଫିଲ୍ମ `ବେଖୁଦି' ଜରିଆରେ ବଲିଉହ କ୍ୟାରିୟର ଆରମ୍ଭ କରିଥିଲେ। ‘ଡିଡିଏଲଜେ’, ‘କୁଛକୁଛ ହୋତା ହୈ’ ଓ ‘ଦିଲଓ୍ୱାଲେ’ ଭଳି ସିନେମାରେ ନିଜର ଜଲୱା ଦେଖାଇ ସାରିଥିବା ଅଭିନେତ୍ରୀ କାଜୋଲଙ୍କ ସୋସିଆଲ ମିଡିଆରେ ୧୪.୪ଲକ୍ଷ ଫ୍ୟାନ ଫଲୋଇଙ୍ଗ ରହିଛନ୍ତି। କାଜୋଲ ସୋସିଆଲ ମିଡିଆରେ ପ୍ରାୟତଃ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ସେୟାର କରିଥାଆନ୍ତି। ଯାହାକୁ ତାଙ୍କ ଫ୍ୟାନମାନେ ବେଶ ପସନ୍ଦ ବି କରିଥାଆନ୍ତି। ଶେଷଥର ପାଇଁ ତାଙ୍କୁ ମୁଭି ସଲାମ ଭେଙ୍କିରେ ଦେଖିବାକୁ ମିଳିଥିଲା। ଆଗକୁ ତାଙ୍କର ଏକ ଫିଲ୍ମ `ଲଭ ଷ୍ଟୋରି ୨' ଆସନ୍ତା ୨୯ରେ ନେଟଫ୍ଲିକ୍ସରେ ରିଲିଜ ହେବାକୁ ଯାଉଛି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର