ଉର୍ଦ୍ଦୁ ଓ ସଂସ୍କୃତ ଭାଷାରେ ମୋ ନୂଆ ଦଳ ନିମନ୍ତେ ପ୍ରାୟ ୧୫୦୦ ନାଁ ଆସିଥିଲା। ହିନ୍ଦୀ ଓ ଉର୍ଦ୍ଦୁର ମିଶ୍ରଣ ହେଉଛି ‘ହିନ୍ଦୁସ୍ତାନୀ’। ଆମେ ଚାହୁଁଥିଲୁ ନାଁଟି ଗଣତାନ୍ତ୍ରିକ, ଶାନ୍ତିପୂର୍ଣ୍ଣ ଏବଂ ସ୍ବାଧୀନ ହେଉ। ଆମ ରାଜନୀତି ଜାତି ଅଥବା ଅଞ୍ଚଳଭିତ୍ତିକ ହେବନାହିଁ। ଆଗରୁ କଂଗ୍ରେସ ପରିତ୍ୟାଗ କରିବା ପରେ ଜମ୍ମୁରେ ତାଙ୍କର ପ୍ରଥମ ସାଧାରଣ ସଭାରେ ଘୋଷଣା କରିଥିଲେ କି, ସେ ନିଜସ୍ୱ ରାଜନୈତିକ ଦଳ ଆରମ୍ଭ କରିବେ। ସେ ଦଳ ପୂର୍ଣ୍ଣ ରାଜ୍ୟତ୍ବ ପ୍ରାପ୍ତି ଉପରେ ଧ୍ୟାନ ଦେବ। ଦଳ ସାମଗ୍ରିକ ଭାବେ ଧ୍ୱସ ହୋଇଯାଇଛି କହି ୭୩ ବର୍ଷିୟ ଆଜାଦ୍ ଅଗଷ୍ଟ ୨୬ ତାରିଖ ଦିନ କଂଗ୍ରେସ ପରିତ୍ୟାଗ କରିଥିଲେ। ରାହୁଲ୍ ଗାନ୍ଧୀ ଦଳର ସମଗ୍ର ପରାମର୍ଶ ବ୍ୟବସ୍ଥାକୁ ନଷ୍ଟ କରିଥିବା କଥା ମଧ୍ୟ ସେ କହିଥିଲେ।