ବେଗୁସରାଇ : କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ଗିରିରାଜ ସିଂହ ବେଗୁସରାଇରେ ହିନ୍ଦୁରୁ ଶ୍ରୀଷ୍ଟୀଆନ ଧର୍ମରେ ପରିବର୍ତ୍ତିତ ହୋଇଥିବା ଜଣେ ମହିଳାଙ୍କ ଅନ୍ତିମ ସଂସ୍କାର ହିନ୍ଦୁ ରୀତିନୀତି ଅନୁସାରେ କରିବାକୁ ନେଇ ଉପୁଜିଥିବା ବିବାଦକୁ ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ କରିଛନ୍ତି। ମୃତ ହିନ୍ଦୁ ମହିଳାଙ୍କ ଦାହ ସଂସ୍କାର କରିବାକୁ ଗିରିରାଜ ହାତ ଯୋଡ଼ି ତାଙ୍କ ପରିବାରକୁ ନିବେଦନ କରିଛନ୍ତି। ତେବେ କେନ୍ଦ୍ରମନ୍ତ୍ରୀଙ୍କ ଅନୁରୋଧ କ୍ରମେ ମୃତକଙ୍କ ପରିବାର ଲୋକେ ମହିଳାଙ୍କର ସିମରିୟା ଘାଟରେ ଦାହ ସଂସ୍କାର କରିଛନ୍ତି।
ଏହି ଘଟଣା ନେଇ ଗିରିରାଜ ସିଂହ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, କେହି ବି ଲୋଭ ଦେଖାଇ ଧର୍ମ ପରିବର୍ତ୍ତନ କରାନ୍ତୁ ନାହିଁ। ମୁଁ ହାତ ଯୋଡ଼ି ବିନତୀ କରୁଛି ଯେ ଧର୍ମ ଠୁ ବଡ଼ କିଛି ନାହିଁ। କିଛି ଧର୍ମରେ ଦାଦା ଝିଅ ଭଉଣୀଙ୍କୁ ବିବାହ କରୁଛନ୍ତି। କିନ୍ତୁ ଆମ ଧର୍ମରେ ଏଭଳି ହୁଏ ନାହିଁ। କାରଣ ଏହା ମୋ ଧର୍ମ। ଆମେ ବି ଲୋକ ସେମାନେ ବି। ଆମେ ଆମ ଧର୍ମ ରକ୍ଷା କରିବା ଉଚିତ୍। ମୁଁ ଆପଣମାନଙ୍କୁ ଅପିଲ କରୁଛି ଧର୍ମ ଠୁ ବଡ଼ କିଛି ନାହିଁ।
बिहार: ईसाई धर्म अपना चुके परिवार की महिला का हिंदू रीति रिवाज से अंतिम संस्कार कराने के लिए गिरिराज सिंह ने परिवार से विनती की, कहा- हिन्दू धर्म से बड़ा कोई धर्म नहीं।pic.twitter.com/fS79vdp6ui
— Utkarsh Kumar Singh (@UtkarshSingh_) February 15, 2020
ସୂଚନାନୁଯାୟୀ, ଜଣେ ମୃତ ହିନ୍ଦୁ ମହିଳାଙ୍କ ପରିବାର ଲୋକେ ଖ୍ରୀଷ୍ଟୀଆନ ଧର୍ମ ପରମ୍ପରା ଅନୁଯାୟୀ କବର ଦେବାକୁ ନେଉଥିଲେ। ଖବର ପାଇ ବଜରଙ୍ଗୀ ଦଳ ଘଟଣାସ୍ଥଳରେ ପହଁଚି ମୃତଦେହକୁ କବର ଦେବାକୁ ବିରୋଧ କରିଥିଲା। ସେମାନେ ମହିଳାଙ୍କ ମୃତଦେହକୁ ହିନ୍ଦୁ ରୀତିନୀତି ଅନୁଯାୟୀ ଦାହ ସଂସ୍କାର କରିବାକୁ ନିବେଦନ କରିଥିଲେ କିନ୍ତୁ ପରିବାର ଲୋକେ ମାନି ନଥିଲେ। ଫଳରେ ବଜରଙ୍ଗୀ ଦଳ ଗିରିରାଜ ସିଂହଙ୍କୁ ଖବର ଦେଇଥିଲେ। ଏହାପରେ ଗିରିରାଜ ସିଂହଙ୍କ ନିବେଦନ ପରେ ପରିବାର ଲୋକେ ଶବ ଦାହ କରିବାକୁ ମାନିଛନ୍ତି।
ଅର୍ଗସ ବ୍ୟୁରୋ: ବହୁ ଚର୍ଚ୍ଚିତ ଲେଡୀ ବ୍ଲାକ ମେଲର ଅର୍ଚ୍ଚନା ନାଗକୁ ହାଇକୋର୍ଟରୁ ମିଳିଲା ଜାମିନ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ମାମଲାରେ ଜାମିନ ପାଇଛନ୍ତି ଅର୍ଚ୍ଚନା। ପୂର୍ବରୁ ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ଥିବା ମାମଲାରେ ଜାମିନ ପାଇଥିଲେ ଅର୍ଚ୍ଚନା ନାଗ। କିଛି ମାସ ପୂର୍ବରୁ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ସବୁ ମାମଲାରେ ଜାମିନ ପାଇ ଜେଲରୁ ମୁକୁଳି ଥିଲେ। ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକ ମେଲ କରି ଟଙ୍କା ମାଗିବା ଅଭିଯୋଗରେ ୬ ଅକ୍ଟୋବର ୨୦୨୨ ମସିହାରେ ନୟାପଲ୍ଲୀ ଥାନା ଗିରଫ କରିଥିଲା। ଏହା ପରେ ଅନ୍ୟ ଏକ ମାମଲାରେ ଖଣ୍ଡଗିରି ଥାନା ପୋଲିସ ତାଙ୍କୁ ଗିରଫ କରିଥିଲା।
ବେଆଇନ ଅର୍ଥ କାରବାର ମାମଲା ଥିବାରୁ ଇଡି ଦ୍ଵାରା ମଧ୍ୟ ସେ ଗିରଫ ହୋଇଥିଲେ। ଏହା ସହ ତାଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦ ମଧ୍ୟ ଗିରଫ ହୋଇଥିଲେ। ଏହି ଘଟଣାରେ ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳୀ ବେହେରା ଓ ଖଗେଶ୍ବର ପାତ୍ର ଆଇନ ଜାଲରେ ଛନ୍ଦି ହୋଇଥିଲେ। ଏବେ ବି ସେମାନେ ଆଇନ ଜାଲରେ ସମ୍ମୁଖୀନ ହେଉଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଅଳ୍ପ କିଛି ଲୋକଙ୍କ ପାଇଁ ଦେଶରେ ବଦନାମ ହୋଇଥିଲା ଉତ୍ତରପ୍ରଦେଶ । କିନ୍ତୁ ଏବେ ଉତ୍ତରପ୍ରଦେଶ ପ୍ରତି ଲୋକମାନଙ୍କ ଧାରଣା ବଦଳିଛି । ଉତ୍ତରପ୍ରଦେଶ ଏବଂ ଗୋରଖପୁର ଲୋକମାନଙ୍କୁ ଆଗଧାଡିରେ ସ୍ଥାନ ମିଳୁଛି । ଗୋରଖପୁରରେ ରେଗାଲିଆ ରିସୋର୍ଟ ଏବଂ ବ୍ୟାଙ୍କୁଏଟ୍ ହଲ୍ ଉଦଘାଟନ ଅବସରରେ ଏହା କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଗତ ଫେବ୍ରୁଆରି ମାସରେ 40 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି । ପୂର୍ବରୁ ଏହି ପରିମାଣ 10ରୁ 12 ଲକ୍ଷ କୋଟି ମଧ୍ୟରେ ସୀମିତ ଥିଲା । ସମୟ ସହିତ ତାଳଦେଇ ଉତ୍ତରପ୍ରଦେଶ ଆଗକୁ ବଢୁଥିବା କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ : ଫିଲ୍ମ ଷ୍ଟାଇଲରେ ଅପହରଣ ଉଦ୍ୟମ ଫେଲ୍ । କମିଶନରେଟ ପୋଲିସର ବଡ଼ଗଡ଼ ଥାନାକୁ ବଡ଼ ସଫଳତା । ଦୁର୍ଘଟଣାକୁ କେନ୍ଦ୍ର କରି ଜଣେ ଡ୍ରାଇଭରଙ୍କୁ ଅପହରଣ କରୁଥିବା ଅଭିଯୁକ୍ତଙ୍କୁ କାବୁ କରିଛି ବଡ଼ଗଡ଼ ଥାନା ପୋଲିସ । ରବି ଟକିଜ ଛକ ନିକଟରେ ଏକ ପିକ ଅପ ଭ୍ୟାନ ସହ ଗୋଟିଏ ଡିଜେ ଗାଡିର ସାମାନ୍ୟ ଧକ୍କା ହୋଇଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଯାହାକୁ କେନ୍ଦ୍ର କରି ଡିଜେ ଗାଡି ପିକଅପ ଭ୍ୟାନ ଡ୍ରାଇଭରଙ୍କୁ ଆକ୍ରମଣ କରିଥିଲେ । ଏପରିକି ଜୋର ଜବରଦସ୍ତ ଡ୍ରାଇଭର ଜଣଙ୍କୁ ଲକ୍ଷାଧିକ ଟଙ୍କା ଦାବି କରି ଉଠାଇନେଇଥିଲେ । ଅପହରଣକାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।