ସେ କହିଛନ୍ତି ଯେ – ଆପଣ ମାନେ ନମାଜ ପଢା ଦେଖିଲେ । ନମାଜ ପଢାରେ ଜଣେ ହେଲେ ମହିଳାଙ୍କୁ ଆପଣ ଦେଖିଲେ କି ? ଇସଲାମରେ ସବୁଠାରୁ ଅଧିକ ମହତ୍ୱ ନମାଜର ରହିଛି । ଯଦି ମହିଳା ମାନଙ୍କୁ ଏପରି ଲୋକ ମାନଙ୍କ ସାମନାକୁ ଅଣାଯିବା ଇସଲାମରେ ଠିକ ବୋଲି ଧରା ଯାଉଥାନ୍ତା ତେବେ ସେମାନଙ୍କୁ ମସଜିଦରେ ନମାଜ ପଢିବାକୁ ରୋକା ଯାଇ ନ ଥାନ୍ତା । ହେଲେ ମସଜିଦରେ ମହିଳା ମାନଙ୍କୁ ନମାଜ ପଢିବାକୁ ରୋକା ଯାଇଛି ।
ସିଦ୍ଦିକୀ ଏତିକିରେ ଅଟକି ନ ଥିଲେ । ସେ ମୁସଲମାନ ମହିଳା ମାନଙ୍କୁ ଟିକେଟ ଦେଉଥିବା ଲୋକ ଓ ରାଜନୈତିକ ପାର୍ଟି ଉପରେ ବର୍ଷିଥିଲେ । ସେ କହିଥିଲେ ଯିଏ ମୁସଲମାନ ମହିଳା ମାନଙ୍କୁ ଟିକେଟ ଦେଉଛନ୍ତି, ସେମାନେ ଇସଲାମ ବିରୁଦ୍ଧରେ ବିଦ୍ରୋହ କରୁଛନ୍ତି । ତାଙ୍କର ଏଭଳି କୃତ୍ୟ ଇସଲାମର ବିରୋଧୀ । ଆପଣଙ୍କ ପାଖରେ କେହି କଣ ପୁରୁଷ ନାହାନ୍ତି ଯାହାକୁ ଆପଣ ଟିକେଟ ଦେଇ ପାରିବେ । ଆପଣ ମହିଳା ମାନଙ୍କୁ କାହିଁକି ଟିକେଟ ଦେଉଛନ୍ତି । ଏଥିରେ ଇସଲାମ ଦୁର୍ବଳ ହେବ ।
ସେ ଆହୁରି କହିଛନ୍ତି ଯେ ମୁସଲମାନ ମହିଳା ମାନଙ୍କୁ ଟିକେଟ ଦେବା ପଛରେ ବଡ ଷଡଯନ୍ତ୍ର ରହିଛି । ସେ କହିଛନ୍ତି ଯେ ଯଦି ଟିକେଟ ଦେବାର ଅଛି ତେବେ ପୁରୁଷଙ୍କୁ ଦିଅନ୍ତୁ । ମହିଳା ମାନଙ୍କୁ ଏଇଥି ପାଇଁ ଟିକେଟ ଦିଆଯାଉଛି ଯେ ସେମାନଙ୍କ ହାତକୁ ସବୁ କବଜା ଚାଲିଯିବ । ଆଜିକାଲି ମହିଳା ମାନଙ୍କର ପ୍ରଭାବ ବଢିଲାଣି, ଯଦି ସେମାନେ ଆଗକୁ ଆସି ଯିବେ ତେବେ ପୂରା ପରିବାର ତାଙ୍କ କବଜା କୁ ଚାଲିଯିବ ।
ଭାରତ ଖବର ଆହୁରି ପଢନ୍ତୁ