ଆଉ ଆଜି ଅକ୍ଟୋବର 15। ପ୍ରତିବର୍ଷ ଏହି ତାରିଖକୁ ବିଶ୍ୱ ହାତଧୁଆ ଦିବସ ଭାବେ ପାଳନ କରାଯାଏ। ଏହି ଦିବସର ଗୁରୁତ୍ୱ ପ୍ରାସଙ୍ଗିକତା ଦିନକୁ ଦିନ ବଢିବାରେ ଲାଗୁଛି । କାରଣ ପରିଷ୍କାର ରହିଲେ ଅନେକ ରୋଗରୁ ମଣିଷ ନିରାପଦ ରହିପାରିବ। ଲୋକମାନେ ଏବେ ଅଧିକ ସଚେତନ ହୋଇଛନ୍ତି। କୋମଳମତି ଛୋଟ ପିଲାଙ୍କୁ ହାତ ଧୋଇବା ଶିଖାଇବା ଆବଶ୍ୟକତା ସବୁଠୁ ବେଶୀ। ସେମାନେ ଜାଣନ୍ତିନି କଣ ସେମାନଙ୍କ ପାଇଁ ଉପଯୋଗୀ । ଏହା ସେମାନଙ୍କୁ କିଛିଟା ଶିଖିବାର ସୁଯୋଗ।
ଅନ୍ୟପକ୍ଷରେ ରୋଗକୁ ରୋକିବା ଏବଂ ଜୀବନ ବଞ୍ଚାଇବା ପାଇଁ ଏକ ପ୍ରଭାବଶାଳୀ ତଥା ସୁଲଭ ଉପାୟ ଭାବରେ ସାବୁନରେ ସହିତ ହାତ ଧୋଇବା ବିଷୟରେ ସଚେତନତା କୁ ଲୋକଙ୍କୁ ଜଣେଇବା ର ଏହା ଏକ ପ୍ରୟାସ। ଦିନେ ଗ୍ଲୋବାଲ୍ ହ୍ୟାଣ୍ଡୱାସିଂ ଡେ ଗ୍ଲୋବାଲ୍ ହ୍ୟାଣ୍ଡୱାସିଂ ପାର୍ଟନରସିପ୍ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ସ୍ୱଚ୍ଛତା ପ୍ରତିବଦ୍ଧତା ଦିଗରେ ଅନେକ କାର୍ଯ୍ୟ କରାଯାଉଚି କିନ୍ତୁ ହାତ ଧୋଇବା ଏଥିରୁ ଅନନ୍ୟ।
ଏବର୍ଷର ଗ୍ଲୋବାଲ୍ ହ୍ୟାଣ୍ଡୱାଶିଂ ଡେ 2023 ର ଥିମ୍ ହେଉଛି “ ହାତ ଧୋଇ ପରିଷ୍କାର ପରିଚ୍ଛନ୍ନତାର ଉପଲବ୍ଧି କରିବା ”। ଏହି ଅଭିଯାନରେ କୁହାଯାଇଛି, “ଦୃଢ଼ ନେତୃତ୍ୱ ଏବଂ ସାମୂହିକ ପ୍ରୟାସ ମାଧ୍ୟମରେ ଆମେ ସମସ୍ତଙ୍କ ପାଇଁ ସ୍ୱଚ୍ଛତା ଆଣିପାରିବା । ଏଥିରେ ପିଲାରୁ ବୁଢ଼ା ସମସ୍ତଙ୍କ ଭୂମିକା ରହିଛି।
ପ୍ରଥମେ ଗ୍ଲୋବାଲ୍ ହ୍ୟାଣ୍ଡୱାସିଂ ଡେ 2008 ରେ ଅନୁଷ୍ଠିତ ହୋଇଥିଲା, ଯେତେବେଳେ ବିଶ୍ୱ 70ରୁ ଅଧିକ ଦେଶର 120 ମିଲିୟନରୁ ଅଧିକ ପିଲା ସାବୁନରେ ହାତ ଧୋଇଥିଲେ। 2008 ପରଠାରୁ ଜାତୀୟ ନେତାମାନେ ଗ୍ଲୋବାଲ୍ ହ୍ୟାଣ୍ଡୱାସିଂ ଡେ'ରେ ହାତ ଧୋଇ, ଟ୍ୟାପ୍ ନିର୍ମାଣ କରିବା ଏବଂ ସ୍ୱଚ୍ଛ ହାତର ସରଳତା ଏବଂ ମୂଲ୍ୟ ପ୍ରଦର୍ଶନ କରିବା ପାଇଁ ବାର୍ତ୍ତା ଦେଉଛନ୍ତି। ସେବେଠାରୁ ଗ୍ଲୋବାଲ ହ୍ୟାଣ୍ଡୱାସିଂ ଡେ ପ୍ରସାର ହେବାରେ ଲାଗିଛି। ଗ୍ଲୋବାଲ୍ ହ୍ୟାଣ୍ଡୱାଶିଂ ଡେ ସରକାର, ବିଦ୍ୟାଳୟ, ଆନ୍ତର୍ଜାତୀୟ ଅନୁଷ୍ଠାନ, ନାଗରିକ ସମାଜ ସଂଗଠନ, ଏନଜିଓ, ବେସରକାରୀ କମ୍ପାନୀ, ବ୍ୟକ୍ତିବିଶେଷ ସବୁଠି ପାଳନ ହୁଏ।
ଅଧିକ ପଢ଼ନ୍ତୁ ଦେଶ ଖବର: